ETV Bharat / bharat

''ମାସ୍କ ନାହିଁ ତ ପେଟ୍ରୋଲ ନାହିଁ''

author img

By

Published : Apr 20, 2020, 11:38 AM IST

ଏଣିକି ବିନା ମାସ୍କରେ ଗଲେ ଆଉ ମିଳିବନି ପେଟ୍ରୋଲ । ଏନେଇ ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ଆସୋସିଏସନର ସଭାପତି ଅଜୟ ବନସାଲ କହିଛନ୍ତି ।

ମାସ୍କ ନାହିଁ ତ ପେଟ୍ରୋଲ ନାହିଁ
ମାସ୍କ ନାହିଁ ତ ପେଟ୍ରୋଲ ନାହିଁ

ନୂଆଦିଲ୍ଲୀ: ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିର ଏକ ନିର୍ଦେଶାବଳୀ ଜାରି ହୋଇଛି । ମାସ୍କ ନାହିଁ ତ ପେଟ୍ରୋଲ ନାହିଁ । ଯଦି କୌଣସି ଗ୍ରାହକ ବିନା ଫେସ ମାସ୍କରେ ଆସୁଛନ୍ତି ତେବେ ତାଙ୍କୁ ପେଟ୍ରୋଲ ଦିଆଯିବ ନାହିଁ ବୋଲି କହିଛନ୍ତି ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ଆସୋସିଏସନର ସଭାପତି ଅଜୟ ବନସାଲ ।

ପେଟ୍ରୋଲ ପମ୍ପ ବର୍ଷକୁ 365 ଦିନ ଖୋଲା ରହୁଛି । ଯେହେତୁ ସରକାର ପେଟ୍ରୋଲ ପମ୍ପକୁ ଅତ୍ୟାବଶ୍ୟକ ସେବା ଭାବରେ ଘୋଷଣା କରିଛନ୍ତି, ଆମର କର୍ମଚାରୀ ଗ୍ରାହକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେଇଛୁ । ଯେଉଁ ବ୍ୟକ୍ତି ମାସ୍କ ପିନ୍ଧୁ ନାହାଁନ୍ତି, ତାଙ୍କୁ ଇନ୍ଧନ କିଣିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅଲ ଇଣ୍ଡିଆ ପେଟ୍ରୋଲିୟମ ଡିଲର ଆସୋସିଏସନର ସଭାପତି ଅଜୟ ବନସାଲ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଲାବନ୍ଦ ପରେ ପେଟ୍ରୋଲ ବିକ୍ରି ହ୍ରାସ ପାଇଛି । ପୂର୍ବ ଅପେକ୍ଷା ଏବେ 10 ପ୍ରତିଶତ ପେଟ୍ରୋଲ ବିକ୍ରି କରାଯାଉଛି । ଏଥିରେ ପୋଟ୍ରେଲ ମାଲିକମାନଙ୍କୁ ଅଧିକ କ୍ଷତି ସହିବାକୁ ପଡୁଛି ସତ କିନ୍ତୁ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପାଇଁ ଏହା ଭଲ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦିଲ୍ଲୀରେ 1,893ଟି କୋଭିଡ-19 ମାମଲା ରହିଥିବା ବେଳେ ରବିବାର ସୁଦ୍ଧା 72 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ 42 ରୋଗୀଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.