ETV Bharat / bharat

ଜୟ ଶ୍ରୀରାମ ନାରା ଉପରେ ଲାଗିବ ରୋକ, କୋଲକତା ହାଇକୋର୍ଟରେ ଦାୟର ହେଲା ଯାଚିକା

ଜୟ ଶ୍ରୀରାମ ନାରା ଦେବା କୌଣସି ଦଣ୍ଡନୀୟ ଅପରାଧ ନୁହେଁ । ଏହି ନାରା ଲଗାଇବା ଏକ ମୌଳିକ ଅଧିକାର ବୋଲି ଘୋଷିତ କରିବା ପାଇଁ କୋଲକତା ହାଇକୋର୍ଟରେ ଦାୟର ହୋଇଚି ଯାଚିକା ।

author img

By

Published : Jun 16, 2019, 4:20 AM IST

ପ୍ରତିକାତ୍ମକ ଫଟୋ

କୋଲକତା: ପଶ୍ଚିମ ଓଡିଶାରେ ଜୟ ଶ୍ରୀରାମ ନାରା ଲଗାଇବାକୁ ନେଇ ଅନେକ ସମୟରେ ହିଂସା ଦେଖିବାକୁ ମିଳିଛି । ଆଉ ନାରା ଲଗାଇଥିବା ବ୍ୟକ୍ତିକୁ ଦଣ୍ଡ ଦିଆଯାଉଛି । ତେବେ ଏହି ନାରା ଲଗାଇବା ଏକ ମୌଳିକ ଅଧିକାର ବୋଲି ଘୋଷିତ କରିବା ପାଇଁ କୋଲକତା ହାଇକୋର୍ଟରେ ଏକ ଯାଚିକା ଦାୟର ହୋଇଛି । ତେବେ କୋର୍ଟ ଏହି ମାମଲାର ଶୁଣାଣି ସ୍ତଗିତ ରଖି ଆସନ୍ତା 4 ସପ୍ତାହ ପରେ ଏହାର ଶୁଣାଣି ହେବା ନେଇ ସୂଚନା ଦେଇଛନ୍ତି ।

ମୁଖ୍ୟ ନ୍ୟାୟଧୀଶ ଟିବିଏନ ରାଧାକୃଷଣ୍ଣନ ଅଧ୍ୟକ୍ଷତାରେ ଚାଲିଥିବା ଖଣ୍ଡପୀଠରେ ଯାଚିକା ଦାୟର କରିବା ସହ ଜୟ ଶ୍ରୀରାମ ନାରା ଲଗାଇବା ମୌଳିକ ଅଧିକାର ବୋଲି ଘୋଷିତ ହେବା ଦରକାର ବୋଲି ନିଜର ମତ ରଖିଛନ୍ତି ଓକିଲ ପାର୍ଥ ଘୋଷ । ସେ ଆହୁରି କହିଛନ୍ତି ଯେ, ଭଗବାନ ଶ୍ରୀରାମଙ୍କ ନାରା ଲଗାଇବା ଓ ପୂଜାର୍ଚ୍ଚନା କରିବା କୌଣସି ଅପରାଧ ନୁହଁ ତେଣୁ ଏଥିପାଇଁ କୌଣସି ଦଣ୍ଡ ବିଧାନ କରିବାର ଆବଶ୍ୟକତା ନାହିଁ । ତେଣୁ ଏହାଉପରେ କୋର୍ଟ ଖୁବଶିଘ୍ର ନିଷ୍ପତ୍ତି ନେବା ଜରୁରୀ ଅଟେ ।

କିଛି ଦିନ ପୂର୍ବେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ଓ ପଶ୍ଚିମବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ରାଲିକୁ ରୋକିବା ପାଇଁ ବିଜେପି ନେତା ମାନେ ଜୟ ଶ୍ରୀରାମଙ୍କ ନାରା ଦେଇଥିଲେ । ଏହି ବିରୋଧ ପ୍ରଦର୍ଶନକୁ ନେଇ ମମତା ବାନାର୍ଜି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହାପରେ ମମତାଙ୍କ ବିରୋଦ୍ଧାରେ ଦେଶ ସାରା ବିରୋଧ ପ୍ରଦର୍ଶନ କରାଯାଇଥିଲା । ଖାଲି ସେତିକି ନୁହେଁ ବାରଣାସୀର ସାଧୁ ସନ୍ଥ ମାନେ ମମତାଙ୍କ ବିରୋଦ୍ଧରେ ଜୟ ଶ୍ରୀରାମ ଲେଖି ପୋଷ୍ଟକାର୍ଡ ପଠାଇଥିଲେ ।

ଭୁବନେଶ୍ୱର:ଦୀର୍ଘ ବର୍ଷ ଧରି ଓଡ଼ିଶାର ଜନସାଧାରଣ ଙ୍କ ଜୀବନଜୀବିକାର ମୁଖ୍ୟ ଭୂମିକା ନିର୍ବାହ କରିଥିବା ଭାରତୟ ଡାକ ସେବା ଚଳିତ ଆର୍ଥିକ ବର୍ଷ ରେ ଅନେକ ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛି।ନୂତନ ହିତାଧିକାରୀଙ୍କ ଖାତା ଖୋଲିବା ଠାରୁ ଆରମ୍ଭ କରି ପୋଷ୍ଟାଲ ଲାଇଫ ଈଂସ୍ୟୁରାନ୍ସ ପ୍ରିମୀୟମ ଆଦାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଗତବର୍ଷ ତୁଳନାରେ ଯଥେଷ୍ଟ ଅଧିକ ରାଜସ୍ୱ ସଂଗ୍ରହ କରିବାରେ ସଫଳ ହୋଇଛି।ସେହିଭଳି ବିଗତ 30 ବର୍ଷ ପରେ ଓଡ଼ିଶାରେ 2ଟି ନୂଆ ଡିଭିଜନ ସୃଷ୍ଟି କରି ଏହି ସେବାକୁ ଆହୁରି ସମୃଦ୍ଧ କରିବାକୁ ପ୍ରୟାସ କରାଯାଇଛି।
  ଆଜି ସ୍ଥାନୀୟ ମୁଖ୍ୟ ଡାକପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଡାକପାଳ ଡ଼ ସନ୍ତୋଷ କୁମାର କାମିଲା ଏହା ପ୍ରକାଶ କରିଛନ୍ତି।ଗତ ଏପ୍ରିଲ 1 ତାରିଖରେ ନୂଆ କରି ସୃଷ୍ଟି ହୋଇଥିବା ରାୟଗଡା ପୋଷ୍ଟାଲ ଡିଭିଜନ କାର୍ଯ୍ୟ ଆରମ୍ଭ କରିଥବା ବେଳେ ଆସନ୍ତା କାଲି ଆର୍ଥତ 11.6.2019 ରେ ରାଉରକେଲା ପୋଷ୍ଟାଲ ଡିଭିଜନ କାର୍ଯ୍ୟ ଆରମ୍ଭ କରିବ ବୋଲି  ସେ କହିଛନ୍ତି।ଯାହା ଫଳରେ ଓଡ଼ିଶାରେ ପୂର୍ବରୁ ଥିବା ପୋଷ୍ଟାଲ  ଡିଭିଜନ ସଂଖ୍ୟା 18 ରୁ ବୃଦ୍ଧି ପାଇ 20 ରେ ପହଁଚିଥିବା ସେ କହିଛନ୍ତି।
ସେହିପରି ଚଳିତ ବର୍ଷ ଅନ ଲାଇନ ଜରିଆରେ 4392 ଗ୍ରାମୀଣ ଡାକ ସେବକ ନିଯୁକ୍ତି ଦିଆଯାଇଛି।ବିଭିନ୍ନ ସ୍ମାରକୀ ମୁଦ୍ରା ଯଥା ଗତ ହକି ବିଶ୍ୱକପ,ପାଇକ ବିଦ୍ରୋହ,ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ଲାଟିନମ ଜୟନ୍ତୀ ସ୍ମାରକୀ ସମେତ 45 ଟି ସ୍ୱତନ୍ତ୍ର କଭର ମଧ୍ୟ ଉନ୍ମୋଚିତ ହୋଇଛି।ସେହିପରି ଏହି ସମୟ ମଧ୍ୟରେ 4ଟି ମୋ ଟିକେଟ କାଉଣ୍ଟର ମଧ୍ୟ ଖୋଲା ଯାଇଥିବା ସେ ପ୍ରକାଶ କରିଛନ୍ତି।ବୈଦେଶିକ ଡାକ ସେବାରେ ବୁକିଂ କଲିକତା ରେ ହେଉଥିବା ହେତୁ ସେଥିରେ ଅହେତୁକ ବିଳମ୍ବ ହେଉଛି।ତେଣୁ ସେହି ବିଳମ୍ବ କୁ ସମାଧାନ କରିବା ପାଇଁ ଓଡ଼ିଶାରେ ଗୋଟିଏ ବିଦେଶି ପୋଷ୍ଟ ଅଫିସ କରିବା ପାଇଁ କାର୍ଯ୍ୟ ଚାଲୁ ରହିଥବା ସେ କହିଛନ୍ତି।
ରାଜ୍ୟରେ ଡାକ ପାରସଲ ସେବାରେ ଉନ୍ନତିବଘଟିଥିବା ବେଳେ ଏ କ୍ଷେତ୍ରରେ ଆହୁରି ସୁଧାର ଆଣିବା ପାଇଁ ଭୁବନେଶ୍ବର ରେ ଗୋଟିଏ ଜାତୀୟ ପାରସଲ ହବ ସମେତ ରାଜ୍ୟର କଟକ,ଯାଜପୁର ରୋଡ,ବାଲେଶ୍ଵର, ସମ୍ବଲପୁର, ବଲାଙ୍ଗୀର,ବ୍ରହ୍ମପୁର ଏବଂ ଜୟପୁର ଠାରେ 7ଟି ରାଜ୍ୟ ପାରସଲ ହବ ନିର୍ମାଣ କରାଯାଇଛି।3ଟି ନୋଡାଲ ଡେଲିଭରି ସେଣ୍ଟର ମଧ୍ୟ ଭୁବନେଶ୍ୱର ର ସତ୍ୟନଗର,ରସୁଲଗଡ଼ ଓ ବରମୁଣ୍ଡା ଠାରେ କାର୍ଯ୍ୟକରୁଛି।ଗତବର୍ଷ 1.9.2018 ରେ ଇଣ୍ଡିଆ ପୋଷ୍ଟ ପେମେଂଟସ ବ୍ୟାଙ୍କ ଲଞ୍ଚ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 33 ଟି ବ୍ରାଞ୍ଚ କାର୍ୟ୍ଯକାରୀ ହେଉଛି।ଯାହା ଦ୍ୱାରା 2094898 ଆଇପିପିବି ଆକାଉଣ୍ଟ ଖୋଲାଯାଇଛି।ଆହୁରିମଧ୍ୟ ପୋଷ୍ଟ ଅଫିସ କୁ ଡିଜିଟାଲ ସଂଯୋଗୀ କରଣ କରି ଦର୍ପଣ ଯୋଜନା ମାଧ୍ୟମରେ ଲୋକଙ୍କୁ ଏହାର ସୁବିଧା ପ୍ରଦାନ କରାଯାଉଥିବା ସେ କହିଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମୁଖ୍ୟ ଡାକପାଳ ଜଳେଶ୍ବର କହଁର ଓ ଡାକପାଳ ଜି ଗୁରୁନାଥ ପ୍ରମୁଖ ଉପସ୍ଥିତ ଥିଲେ।
Laxmikanta das
Bhubaneswar
Visual already sent by mojo
Byte-Dr.Santosh Ku.Kamila
Avb
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.