ଭୋପାଳ: ରଙ୍ଗର ପର୍ବ ହୋଲିରେ ସଭିଁଏ ହୋଲି ଖେଳରେ ମସଗୁଲ ଥିବାବେଳେ ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ ପାଳିତ ହୁଏ ନିଆରା ପର୍ବ । ଏଠାକାର ଆଦିବାସୀ ସଂପ୍ରଦାୟ ଲୋକେ ପାଳନ୍ତି ମେଘନାଦ ମେଳା ।
ଏହି ମେଳାରେ କାଠରେ 60 ଫୁଟର ମେଘନାଦ ନିର୍ମାଣ କରାଯାଇଥିଲା । ଯେଉଁଠି ଫୁଲ,ଫଳ ଓ ବଳୀ ଦେଇ ପୂଜା କରନ୍ତି ଏଠାକାର ଆଦିବାସୀ ସଂପ୍ରଦାୟ । ବିଶ୍ବାସ ରହିଛି ଯିଏ ଯାହା ମନସ୍କାମନା କରି ଏଠାରେ ପୂଜା କରେ ତାହା ଫଳପ୍ରାପ୍ତ ହୁଏ । କିନ୍ତୁ ଏଥିପାଇଁ ସର୍ତ୍ତ ମଧ୍ୟ ରହିଛି । ମନସ୍କାମନା ପୂର୍ଣ୍ଣ ପାଇଁ ମେଘନାଦରେ ବିନା ସାହାରାରେ ଝୁଲିବାକୁ ପଡେ । ଏହା କରିବା ଦ୍ବାରା ସମସ୍ତ କାମନା ପୂର୍ଣ୍ଣ ହୁଅ ବୋଲି ଲୋକ ବିଶ୍ବାସ ରହିଛି । ତେବେ କେଉଁ କାଳରୁ ଏହି ପରମ୍ପରା ଏଠାରେ ଚାଲିଛି ତାହା କହିବା ମୁସ୍କିଲ ।
ପରମ୍ପରା ଅନୁସାରେ, ଗାଁର ସମସ୍ତ ଲୋକେ ଉପବାସ କରିଥାନ୍ତି, ଏପରିକି ଗାଁରେ ଚୁଲି ମଧ୍ୟ ଜଳେ ନାହିଁ । ମେଘନାଦ ମେଳା ଯୋଗୁଁ ଗାଁରେ ଉତ୍ସବର ମାହୋଲ ରହିଥାଏ । ସକାଳୁ ସକାଳୁ ସଭିଏଁ ମେଘନାଦ ଦେବତାଙ୍କ ନିକଟରେ ଏକତ୍ରିତ ହୋଇଥାନ୍ତି । ବଡକଥା ହେଉଛି ହୋଲି ଦିନ ଏଠାରେ ରଙ୍ଗ ଖେଳ ହୁଅ ନାହିଁ, ମେଘନାଦ ପୂଜା କରିବା ପରଦିନ ପାଳିତ ହୁଅ ହୋଲି ପର୍ବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ