ETV Bharat / bharat

କୋରୋନା ପ୍ରଭାବ: ଶ୍ରୀନଗରରେ ମସଜିଦ ବନ୍ଦ, ଘରେ ନମାଜ ପଢିବେ ମୁସଲିମ ସମ୍ପ୍ରଦାୟ

ଜମ୍ମୁ ଓ କାଶ୍ମୀରରେ 21 ଦିନିଆ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଶ୍ରୀନଗରର ସମସ୍ତ ମସଜିଦକୁ ବନ୍ଦ ରଖାଯାଇଛି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: ଘରୁ ପ୍ରାର୍ଥନା କରିବେ ଲୋକେ
କୋରୋନା ପ୍ରଭାବ: ଘରୁ ପ୍ରାର୍ଥନା କରିବେ ଲୋକେ
author img

By

Published : Mar 27, 2020, 10:50 PM IST

ଶ୍ରୀନଗର: ସାରା ଦେଶରେ ଘାରି ରହିଛି କୋରୋନା ଭୟ । ମୁକାବିଲା ପାଇଁ ସରକାର 21 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଫଳରେ ସମସ୍ତ ଶିକ୍ଷାନୁଷ୍ଠାନ, ସପିଂ ମଲ, ସିନେମା ହଲ, ଧାର୍ମିକ ସ୍ଥଳୀ ପ୍ରଭୃତି ବନ୍ଦ ରହିଛି । କଟକଣା ଯୋଗୁଁ ଲୋକେ କୌଣସି ଧାର୍ମିକ ପୀଠରେ ଭିଡ ଜମାଉନାହାନ୍ତି ।

ଜମ୍ମୁ ଓ କାଶ୍ମୀରରେ ମଧ୍ୟ ଏହି ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଶ୍ରୀନଗରର ସମସ୍ତ ମସଜିଦକୁ ବନ୍ଦ ରଖାଯାଇଛି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି । ଶୁକ୍ରବାର ମୁସଲିମ ସମ୍ପ୍ରଦାୟ ଲୋକଙ୍କ ନମାଜ ପଢା ବାର ହୋଇଥିବାବେଳେ କୌଣସି ବି ଗୋଟିଏ ମସଜିଦ ଖୋଲାଯାଇନାହିଁ । ସମସ୍ତଙ୍କୁ ଘରୁ ରହି ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି । ଘରେ ନମାଜ ପଢିବା ସହ ଲୋକେ ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କରୁଛନ୍ତି ।

ସୂଚନାଯୋଗ୍ୟ ଯେ ଧାରା 370 ଉଚ୍ଛେଦ ପରେ ଜାରି କର୍ଫ୍ୟୁ କୋହଳ ହେବା ଯୋଗୁଁ ଘାଟିରେ ଭିଡ ଲାଗିଥିଲା । ହେଲେ କୋଭିଡ 19 ଯୋଗୁଁ ପୁଣିଥରେ ଏହା ଶୂନଶାନ ହୋଇଯାଇଛି । ସବୁଆଡେ ଖାଁ ଖାଁ ଲାଗୁଛି । ଲୋକେ ଭୟରେ ପଦାକୁ ବାହାରୁନାହାନ୍ତି । ଲକଡାଉନକୁ ଆବାଳବୃଦ୍ଧବନିତା ସମର୍ଥନ ଜଣାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.