ETV Bharat / bharat

ମଦ ପାଇଁ ଲାଇନରେ ଠିଆ ହୋଇଛି ହେଲମେଟ୍

ସଂକ୍ରମଣ ହେବନି କି ଲାଇନରେ ବି ଠିଆ ହେବାକୁ ପଡିବନି । ଆଉ ମଦ ବି ମିଳିଯିବ । କାରଣ ଧାଡିରେ ଛିଡା ହୋଇଛି ହେଲମେଟ, ପାଣି ବୋତଲ ଆଉ ବ୍ୟାଗ । ହଁ ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ଦିଲ୍ଲୀ ବସନ୍ତ ବିହାର ଅଞ୍ଚଳରେ ଲୋକେ ମଦ ଦୋକାନ ସମ୍ମୁଖରେ ନିଜେ ଧାଡିରେ ଠିଆ ନ ହୋଇ ନିଜ ଜିନିଷପତ୍ର ରଖି ଦେଇଛନ୍ତି । ଆଉ ଦୂରରେ ଠିଆ ହୋଇ ମଦ ପାଇଁ ଅପେକ୍ଷା କରିଛନ୍ତି ।

author img

By

Published : May 8, 2020, 3:08 PM IST

ଧାଡିରେ ଠିଆ ହୋଇଛି ହେଲମେଟ, ମଦ ପିଇବେ ବାବୁ
ଧାଡିରେ ଠିଆ ହୋଇଛି ହେଲମେଟ, ମଦ ପିଇବେ ବାବୁ

ନୂଆଦିଲ୍ଲୀ: ଲକଡାଉନରେ ମଦ ପାଇଁ ଡହଳ ବିକଳ ହେଉଥିଲେ ଲୋକେ । ଆଉ ଯେବେ କେନ୍ଦ୍ରସରକାର ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଲେ ସେବେଠାରୁ ମଦୁଆଙ୍କ ଖୁସି କହିଲେ ନସରେ । ଏମିତି ଦେଖାଦେଇଛି ଯେ କିଛି ରାଜ୍ୟ ସରକାର ମଦ ହୋମ ଡେଲିଭରି ମଧ୍ୟ ଦେଉଛନ୍ତି । ସେପଟେ ମଦ ଦୋକାନ ଖୋଲିବା ଦିନଠୁ ଦୋକାନ ଆଗରେ ଲୋକଙ୍କ ଅପର୍ଯ୍ୟାପ୍ତ ଗହଳି ଲାଗି ରହୁଛି । ଏମିତିକି କିଛି ଲୋକ ଦାଡିରେ ଛିଡା ହେବା ପରିବର୍ତ୍ତେ ନିଜ ହେଲମେଟ, ପାଣି ବୋତଲ, ଚପଲ ଆଦି ରଖିବା ଭଳି ଦୃଶ୍ୟ ମଧ୍ୟ ସାମନାକୁ ଆସୁଛି ।

ନୂଆଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଖରା ଓ ଲମ୍ବା ଲାଇନ ଯୋଗୁଁ ଲୋକେ ନିଜ ସାଙ୍ଗରେ ନେଇଥିବା ଜିନିଷ ଧାଡି ରଖେ ଛାଇରେ ବସୁଛନ୍ତି । ମଦ ଦୋକାନ ଗୁଡିକରେ ସାମାଜିକ ଦୂରତା ବଜାୟ ରଖିବାକୁ ବୃତ୍ତାକାର ମାର୍ଟ କରାଯାଇଛି । ଯେଉଁଠି ଲୋକମାନେ ଧାଡିରେ ଠିଆ ହୋଇ ମଦ କିଣି ନେଇପାରିବେ । ହେଲେ ଏମିତି ଦେଖାଦେଇଥିଲା ଯେ ଲୋକେ ମଦ ପାଇଁ ଧାଡି ଭାଙ୍ଗି ପରସ୍ପର ମଧ୍ୟରେ ମାଡପିଟ ମଧ୍ୟ ହୋଇଥିଲେ ।

ଦିଲ୍ଲୀର ବନନ୍ତ ବିହାର ଅଞ୍ଚଳର ଦୃଶ୍ୟ ଟିକିଏ ନିଆରା ରହିଛି । ଧାଡିରେ ଲୋକମାନେ ନିଜ ଜିନିଷ ଯେମିତିକି ପାଣି ବୋତର, ହେଲମେଟ, ବ୍ୟାଗ ଆଦି ରଖିଦେଇ ଆରାମରେ ନିକଟ ସ୍ଥାନରେ ବସିଛନ୍ତି । ଯାହା ଦ୍ବାରା ସଂକ୍ରମଣ ବି ହବନି ଆଉ ମଦ ବି ସହଜରେ ମିଳିଯିବ । ତେବେ ଏଠରେ ସୂଚନା ଥାଉ ଯେ ମଦ ଦୋକାନ ଖୋଲିବା ପରେ ରାଜ୍ୟ ସରକାର ଗୁଡିକ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । ନିକଟ ଭବିଷ୍ୟତରେ ଏହା ଆହୁରୀ ବୃଦ୍ଧି ପାଇବ ବୋଲି ମଧ୍ୟ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.