ଇମ୍ପାଲ : କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜାରି ରହିଛି ଲକ ଡାଉନ । ଫଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳା ମଧ୍ୟ ବନ୍ଦ ରହିଛି । ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି । ଏପରିକି ଅଯଥା କାମରେ ବାହାରକୁ ଯିବା ପାଇଁ ସରାକାର ବାରଣ କରିଛନ୍ତି ।
ହେଲେ, ମଣିପୁରର ସରକାର ଗୋଟିଏ ଦିନ ପାଇଁ ମାର୍କେଟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନ ବଜାର ଖୋଲା ଥିବାରୁ ଜରୁରୀ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେପଟେ, ମଣିପୁର ରାଜଧାନୀ ଇମ୍ଫାଲ ବଜାରରେ ଲୋକଙ୍କ ଗହଳି ଲାଗିଥିଲା । ମଣିପୁରର ଲୋକପର୍ବ ଇଷ୍ଟର ଓ ଚେଇରାଓବା ଥିବାରୁ ଆତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଥିଲା ।
ସୌଜନ୍ୟ @ ANI