ନୂଆଦିଲ୍ଲୀ: ଯେଉଁମାନେ ଦିଲ୍ଲୀ ବୁଲିବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ଖୁସି ଖବର ଆଣିଛି ଦିଲ୍ଲୀ ସଂସ୍କୃତି ବିଭାଗ । ଦିଲ୍ଲୀର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ 'ହୁମାୟୁନ କେ ମକବରେ' ର ବୁଲିବା ସମୟ ସୀମାରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହା ଅପରାହ୍ଣ 4ଟାରେ ବନ୍ଦ ହେଇଯାଉଥିବା ବେଳେ ଏହାର ସମୟସୀମାକୁ ବୃଦ୍ଧି କରାଯାଇ ରାତି 9ଟା କରାଯାଇଛି ।
ତେବେ ଏହାର ସମୟ ପରିବର୍ତ୍ତନରେ ପର୍ଯ୍ୟଟକ ବେଶ ଖୁସି ଜାହିର କରିଛନ୍ତି । ଦିଲ୍ଲୀ ଓ ଅନ୍ୟ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ଏହାକୁ ଅଧିକ ସମୟ ଦେଖିବାକୁ ସୁଯୋଗ ମିଳିପାରିବ ବୋଲି କୁହାଯାଉଛି। ଆଉ ଜଣେ ପର୍ଯ୍ୟଟକ କହିଥିଲେ କି ଅପରାହ୍ଣ 4ଟା ଥିବା ବେଳେ ଆମେ ମାନେ ଆସି ପାରୁନଥିଲୁ । ଅଫିସ ଟାଇମ ପରେ ଏହା ବନ୍ଦ ହୋଇ ଯାଉଥିଲା । ମାତ୍ର ଏହି ସମୟ ପରିବର୍ତ୍ତନ ହେବା କାରଣରୁ ଆମେ ସପ୍ତାହର ଶେଷରେ ଏଠାକୁ ବୁଲିବାକୁ ଆସିପାରିବୁ ଓ ଅଧିକ ସମୟ ଏଠାରେ ସମୟ ବିତାଇପାରିବୁ ବୋଲି ସେ କହିଥିଲେ।