କୋଲକତା: ଗରିବ ଓ ଅନାଥଙ୍କ ସେବା ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିବା ନୋବେଲ ବିଜେତା ମଦର ଟେରେସାଙ୍କ ଆଜି 109ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ତେବେ ପଶ୍ଚିମବଙ୍ଗର ମଦର ହାଉସ ଠାରେ ଶାନ୍ତି ପ୍ରାର୍ଥନାର ଆୟୋଜନା କରାଯାଇଛି । ଏହି ଆୟୋଜନ ମିଶନରିଜ ଅଫ୍ ଚ୍ୟାରିଟିର ନନ୍ମାନଙ୍କ ପକ୍ଷରୁ କରାଯାଇଛି । ଏହି ମିଶନରିଜ ଅଫ୍ ଚ୍ୟାରିଟିର ସ୍ଥାପନା 1950 ମସିହାରେ ସନ୍ଥ ମଦର ଟେରସା କରିଥିଲେ ।
![MotherTeresa](https://etvbharatimages.akamaized.net/etvbharat/prod-images/4243390_170_4243390_1566800858662.png)
ମାନବ ସେବା ହିଁ ମାଧବ ସେବାର ବାର୍ତ୍ତା ସାରା ସମାଜକୁ ଦେଇଥିବା ମଦର ଟେରସାଙ୍କୁ 1979ମସିହାରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । 26 ଅଗଷ୍ଟ,1910 ମସିହାରେ ମେସିଡୋନିୟାର ସ୍କୋପଜେ ସହରରେ ମଦର ଟେରେସାଙ୍କ ଜନ୍ମଗ୍ରହଣ କରିଥିଲେ । ସେ 1929 ମସିହାରେ ଭାରତକୁ ଆସିଥିଲେ । ଏହାପରେ 1948 ମସିହାରେ ତାଙ୍କୁ ଭାରତର ନାଗରିକତାର ଅଧିକାର ମିଳିଥିଲା । ଭାରତ ବ୍ୟତୀତ ତାଙ୍କୁ ଆଣ୍ଟୋମନ, ସାର୍ବିଆ,ବିଲଗେରିଆ ଓ ୟୁଗୋସ୍ଲୋଭିଆର ନାଗରିକତ୍ବ ମଧ୍ୟ ମଦର ଟେରସାଙ୍କୁ ମିଳିଛି ।
1962 ମସିହାରେ ଭାରତ ସରକାରଙ୍କ ଦ୍ବାରା ତାଙ୍କୁ 'ପଦ୍ମଶ୍ରୀ' ପୁରସ୍କାର ମିଳିଥିଲା । ଏହାବ୍ୟତୀତ 1980 ମସିହାରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଛି ।