ETV Bharat / bharat

ବନ୍ଦୀ ମୁକ୍ତ ପରେ ପିଡିପି ନେତାଙ୍କ ସହ ମେହବୁବାଙ୍କ ବୈଠକ - ପିଡିପି ନେତା

ଗୃହ ବନ୍ଦୀରୁ ମୁକ୍ତ ହେବା ପରେ ବୁଧବାର ସକାଳେ ପିଡିପି ନେତାଙ୍କ ସହ ସାକ୍ଷାତକାର କରିଛନ୍ତି ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଅଧିକ ପଢନ୍ତୁ...

ବନ୍ଦୀ ମୁକ୍ତ ପରେ ପିଡିପି ନେତାଙ୍କ ସହ ବୈଠକ କଲେ ମେହବୁବା

author img

By

Published : Oct 14, 2020, 12:51 PM IST

ଶ୍ରୀନଗର: ଦୀର୍ଘ 14 ମାସ ପରେ ଗୃହବନ୍ଦୀରୁ ମୁକ୍ତ ହୋଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ବନ୍ଦୀ ମୁକ୍ତ ପରେ ମେହବୁବାଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏଥିରେ ସେ ପିଡିପି ନେତାଙ୍କ ସହ ବୈଠକ କରୁଥିବା ଦେଖିବାକୁ ମିଳିଛି ।

ମେହବୁବା ବନ୍ଦୀ ମୁକ୍ତ ହେବା ପରେ ଜାମ୍ମୁ ଓ କାଶ୍ମୀରର ରାଜନୀତି ସରଗରମ ହେବାର ସମ୍ଭାବନା ରହିଛି । ତେବେ ମଙ୍ଗଳବାର ରାତିରେ ମେହବୁବା ବନ୍ଦୀ ମୁକ୍ତ ହେବା ପରେ ବୁଧବାର ସକାଳେ ପିଡିପି ନେତାଙ୍କ ସହ ସାକ୍ଷାତକାର କରିଛନ୍ତି ।

ବନ୍ଦୀ ମୁକ୍ତ ହେବା କ୍ଷଣି ମେହବୁବା ନିଜର ବୟାନ ଜରିଆରେ ଆଗାମୀ ରଣନୀତି ଘୋଷଣା କରିଦେଇଛନ୍ତି । ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ବୟାନ ଜାରି କରି କହିଛନ୍ତି, ଜାମ୍ମୁ ଓ କାଶ୍ମୀରରେ ଧାରା 370କୁ ପୁନଃ ଲାଗୁ କରିବା ପାଇଁ ସେ ସଂଘର୍ଷ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.