ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ କୋର୍ଟ ନିର୍ଭୟା ଦୋଷୀଙ୍କ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ଅଗ୍ରାହ୍ୟ କରିଛନ୍ତି । ଏହି ମାମଲାରେ ଦାଏର ଯାଚିକା ଅପରିପକ୍ବ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଦୋଷୀମାନଙ୍କୁ ଆଇନଗତ ପଦକ୍ଷେପ ନେବାକୁ 7ଦିନ ସମୟ ଦେଇସାରିଛନ୍ତି । ତେବେ ଶୁକ୍ରବାର ଶୁଣାଣି କରି ବିନା ପ୍ରମାଣ ଆଧାରରେ ଡେଥ ୱାରେଣ୍ଟ ଜାରି କରାଯାଇପାରିବ ନାହିଁ ବୋଲି ପଟିଆଲା ହାଉସ କୋର୍ଟ କହିଛନ୍ତି ।
ଦୋଷୀମାନଙ୍କ କୌଣସି କେସ୍ ବିଚାରଧୀନ ନାହିଁ । ତେଣୁ ଦୋଷୀମାନଙ୍କ ପାଇଁ ଡେଥ ୱାରେଣ୍ଟ ଜାରି କରିବାକୁ ସରକାରୀ ଓକିଲ ଅହମ୍ମଦ ଇର୍ଫାନ କୋର୍ଟରେ ପ୍ରକାଶ କରିଥିଲେ । ତେବେ ହାଇକୋର୍ଟ ଦେଇଥିବା 7 ଦିନ ମହଲତ ମଧ୍ୟରେ ଚତୁର୍ଥ ଦୋଷୀ ଦୟା ଯାଚିକା ଆବେଦନ କରିବାର ସମ୍ଭାବନା ରହିଥିବାରୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି ।