ETV Bharat / bharat

କୋରୋନା କିୟୋର ପାଇଁ କୋରୋନିଲ; ପ୍ରଥମ ଆୟୁର୍ବେଦିକ ଔଷଧ ଲଞ୍ଚ କରିବ ପତଞ୍ଜଳି - ଆୟୁର୍ବେଦିକ ଔଷଧ କୋରୋନିଲକୁ ଲଞ୍ଚ କରିବ ପତଞ୍ଜଳି

ଆମେରିକା, ଇଟାଲୀ ଓ ବ୍ରିଟେନ ଭଳି ଦେଶକୁ ପଛରେ ପକାଇ କୋରୋନା ବିପକ୍ଷରେ ପ୍ରଥମ ଆୟୁର୍ବେଦିକ ଔଷଧ ଲଞ୍ଚ କରିବାକୁ ଯାଉଛି ପତଞ୍ଜଳି । ଏହି ଔଷଧ କୋରୋନା ଆକ୍ରାନ୍ତଙ୍କୁ 14-15 ଦିନ ମଧ୍ୟ ସୁସ୍ଥ କରିବ ବୋଲି ମଧ୍ୟ ଦାବି କରାଯାଇଛି ।ଅଧିକ ପଢନ୍ତୁ...

କୋରୋନା ବିପକ୍ଷରେ ପ୍ରଥମ ଆୟୁର୍ବେଦିକ ଔଷଧ କୋରୋନିଲକୁ ଲଞ୍ଚ କରିବ ପତଞ୍ଜଳି

author img

By

Published : Jun 23, 2020, 12:05 PM IST

Updated : Jun 23, 2020, 2:14 PM IST

ହରିଦ୍ବାର: କୋରୋନାକୁ ପ୍ରତିହିତ କରିବାକୁ ସାରା ବିଶ୍ବ ଲାଗି ରହିଛି । ଚିକିତ୍ସା କ୍ଷେତ୍ରରେ ଅଗଣିତ ପ୍ରୟାସ ଜାରି ରହିଛି । ଏପରି ସ୍ଥିତିରେ ଆଜି କୋରୋନା ବିପକ୍ଷରେ ଆୟୁର୍ବେଦିକ ଔଷଧ ଲଞ୍ଚ କରିବାକୁ ଯାଉଛି ପତଞ୍ଜଳି । ଆମେରିକା, ଇଟାଲୀ ଓ ଚୀନ ଭଳି ଦେଶ ଆଜି ବି କୋରୋନା ଭ୍ୟାକସିନ ଓ ମେଡିସିନ ଦିଗରେ କାମ କରୁଛନ୍ତି । ଏଯାବତ ସଫଳତା ହାସଲ ହୋଇପାରିନାହିଁ ।

କୋରୋନା ବିପକ୍ଷରେ ପ୍ରଥମ ଆୟୁର୍ବେଦିକ ଔଷଧ କୋରୋନିଲକୁ ଲଞ୍ଚ କରିବ ପତଞ୍ଜଳି
କୋରୋନା ବିପକ୍ଷରେ ପ୍ରଥମ ଆୟୁର୍ବେଦିକ ଔଷଧ କୋରୋନିଲକୁ ଲଞ୍ଚ କରିବ ପତଞ୍ଜଳି

ଅନେକ ସମୟରେ ବିଦେଶୀ ବ୍ରାଣ୍ଡକୁ ଟକ୍କର ଦେଇଆସିଛି ପତଞ୍ଜଳି ପ୍ରଡକ୍ଟ। ଏଫଏମସିଜି, ଡାଏରି ଓ ଆୟୁର୍ବେଦିକ ଉତ୍ପାଦ ଘରେ ଘରେ ଆଦୃତ। ଏବେ କୋରୋନାକୁ ମାତ ଦେବାକୁ ଆୟୁର୍ବେଦିକ ଔଷଧ କୋରୋନିଲକୁ ପୂର୍ଣ୍ଣ ବୈଜ୍ଞାନିକ ବିବରଣୀ ସହ ଲଞ୍ଚ କରିବାକୁ ଯାଉଛି । ଯାହା ଏବେ ସମସ୍ତଙ୍କ ମନରେ ଆୟୁଷର ଆଶା ସଞ୍ଚାର କରିଛି।

ମଙ୍ଗଳବାର(ଆଜି) ଅପରାହ୍ନ 1ଟା ସମୟରେ ଆଚାର୍ଯ୍ୟ ବାଲାକ୍ରିଷ୍ଣା ପତଞ୍ଜଳି ଯୋଗ ପୀଠରେ ଏହି ଆୟୁର୍ବେଦିକ ଔଷଧକୁ ଲଞ୍ଚ କରିବେ । ଏହି ଅବସରରେ ବାବା ରାମଦେବ ମଧ୍ୟ ଉପସ୍ଥିତ ରହିବେ। ପତଞ୍ଜଳି ଆୟୁର୍ବେଦିକ ଔଷଧ କୋଭିଡ ଆକ୍ରାନ୍ତଙ୍କ ଉପରେ ରାଣ୍ଡୋମାଇଜଡ୍ ପ୍ଲେସେବୋ ନିୟନ୍ତ୍ରିତ କ୍ଲିନିକାଲ୍ ପରୀକ୍ଷଣର ଫଳାଫଳ ପ୍ରକାଶ କରିବ।

ପତଞ୍ଜଳି ଯୋଗପୀଠ ଦ୍ବାରା ପ୍ରକାଶିତ ସୂଚନାରେ କୁହାଯାଇଛି ଯେ, ଔଷଧ ଲଞ୍ଚ ପରେ ରାମଦେବ ଏବଂ ଆଚାର୍ଯ୍ୟ ବାଲାକ୍ରିଷ୍ଣା କୋଭିଡ ଚିକିତ୍ସାରେ ପ୍ରମୁଖ ସଫଳତା ବାଣ୍ଟିବେ । ଏହି ପରୀକ୍ଷଣରେ ଜଡିତ ବୌଜ୍ଞାନିକ, ଅନୁସନ୍ଧାନକାରୀ ଏବଂ ଡାକ୍ତରଙ୍କ ଦଳ ମଧ୍ୟ ଉପସ୍ଥିତ ରହିବେ।

ଏହି ଔଷଧକୁ ପତଞ୍ଜଳୀ ଅନୁସନ୍ଧାନ ପ୍ରତିଷ୍ଠାନ (PRI), ହରିଦ୍ୱାର ଆଣ୍ଡ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (NIMS), ଜୟପୁର ଦ୍ୱାରା ମିଳିତ ଭାବରେ କରାଯାଇଛି । ଦିବ୍ୟ ଫାର୍ମାସି, ହରିଦ୍ୱାର ଓ ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ୍, ହରିଦ୍ୱାର ଦ୍ୱାରା ପ୍ରସ୍ତୁତ କରାଯାଉଛି।

ଏଥିରେ ମୁଲେଠୀ-କାଢା ସହିତ ଅନେକ ସାମଗ୍ରୀ ଅନ୍ତର୍ଭୁକ୍ତ। ଏଥିସହ ଗିଲୋୟ, ଅଶ୍ବଗନ୍ଧା, ତୁଳସୀ, ବ୍ରହ୍ମରସ ମଧ୍ୟ ଏଥିରେ ବ୍ୟବହୃତ ହୋଇଛି । ବାବା ରାମଦେବ କହିଛନ୍ତି ଯେ ଏଥିରେ ଡାଲଚିନି, ଲବଙ୍ଗ, ପିପଳି, ଶୁଣ୍ଠି, ମୁଲୈଠୀ, ଗିଲ, ତୁଳସୀ, ଅଦା, ଗୋଲମରିଚ ମିଶ୍ରଣ ରହିଛି । ଏହି ଔଷଧିୟ ଗୁଣ ଘରେ ଘରେ ପରିଚିତ । ତେବେ ଏହା ଆଧାରରେ କରି ଔଷଧ ପ୍ରସ୍ତୁତ କରିବା ଚ୍ୟାଲେଞ୍ଜ ଥିଲା ବୋଲି ବାବା ରାମଦେବ କହିଛନ୍ତି ।

Last Updated : Jun 23, 2020, 2:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.