ETV Bharat / bharat

ପ୍ରତି ଲୋକସଭା କ୍ଷେତ୍ରରେ ଖୋଲିବ ପାସପୋର୍ଟ ସେବା କେନ୍ଦ୍ର - ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ପାସପୋର୍ଟ ସେବା ଦିବସ ଅବସରରେ ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କରଙ୍କ ସମ୍ବୋଧନ । ପାସପୋର୍ଟ ଜାରି କରୁଥିବା ଭାରତୀୟ ଅଧିକାରୀଙ୍କୁ କଲେ ପ୍ରଶଂସା । ପ୍ରତି ଲୋକସଭା କ୍ଷେତ୍ରରେ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ର ଖୋଲିବାର ବିଚାର କରୁଥିବା କହିଛନ୍ତି ଜୟଶଙ୍କର । ଅଧିକ ପଢନ୍ତୁ...

ପ୍ରତି ଲୋକସଭା କ୍ଷେତ୍ରରେ ଖୋଲିବ ପାସପୋର୍ଟ ସେବା କେନ୍ଦ୍ର

author img

By

Published : Jun 24, 2020, 5:43 PM IST

ନୂଆଦିଲ୍ଲୀ: ପାସପୋର୍ଟ ସେବା ଦିବସ ଅବସରରେ ଦେଶ ତଥା ଦେଶ ବାହାରେ ପାସପୋର୍ଟ ଜାରି କରୁଥିବା ଭାରତୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବିଶ୍ବବ୍ୟାପୀ ମହାମାରୀ ସମୟରେ ଏହି ଅଧିକାରୀଙ୍କ କାର୍ଯ୍ୟକୁ ଜୟଶଙ୍କର ପ୍ରଶଂସା କରିବା ସହ ଦେଶରେ ପାସପୋର୍ଟ ସେବା କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିବାର ଯୋଜନା ଓ ଇ-ପାସପୋର୍ଟ ଉପରେ ଚର୍ଚ୍ଚା କରିଛନ୍ତି ।

ଜୟଶଙ୍କର କହିଛନ୍ତି ଯେ ପାସପୋର୍ଟ ସେବା ଦିବସ ଅବସରରେ ମୁଁ ଭାରତ ଓ ବିଦେଶରେ ପାସପୋର୍ଟ ଜାରି କରୁଥିବା ଆମର ସମସ୍ତ ଅଧିକାରୀଙ୍କୁ ସମ୍ମାନିତ କରିବାକୁ ଚାହୁଁଛି । ମହାମାରୀ ସ୍ଥିତିରେ ବି ଅଧିକାରୀମାନେ ଯେଭଳିଭାବେ ସମସ୍ତ ସାର୍ବଜନୀକ ଆବଶ୍ୟକତାଗୁଡିକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ ।

ସେହିପରି ପ୍ରତି ଲୋକସଭା କ୍ଷେତ୍ରରେ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ର ଖୋଲିବାର ବିଚାର କରୁଥିବା କହିଛନ୍ତି ଜୟଶଙ୍କର । ବର୍ତ୍ତମାନ ପର୍ଯ୍ୟନ୍ତ 488ଟି ଲୋକସଭା ନିର୍ବାଚନ କ୍ଷେତ୍ରେରେ ଏହି ସେବା ପ୍ରଦାନ କରିବାରେ ସକ୍ଷମ ହୋଇଛି ବୈଦେଶିକ ମନ୍ତ୍ରଣାଳୟ ।

ଅନ୍ୟପକ୍ଷେ ଇ-ପାସପୋର୍ଟ ପାଇଁ ଭାରତୀୟ ସୁରକ୍ଷା ପ୍ରେସ ନାସିକ ଓ ରାଷ୍ଟ୍ରୟ ସୁଚନା ବିଜ୍ଞାନ କେନ୍ଦ୍ର ସହ ମିଶି କାର୍ଯ୍ୟ କରୁଥିବା ଜୟଶଙ୍କର କହିଛନ୍ତି । ବୈଦେଶିକ ମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଇ-ପାସପୋର୍ଟର ପରିଚୟ ଆମ ଯାତ୍ରା ଦସ୍ତାବିଜର ସୁରକ୍ଷାକୁ ମଜବୁତ କରିବ । ଏହି ଉତ୍ପାଦନ ପାଇଁ କ୍ରୟ ପ୍ରକିୟା ଜାରି ରହିଥିବାବେଳେ ଏହି କାର୍ଯ୍ୟ ଶିଘ୍ର ପୁରା କରିବା ଦିଗରେ ଜୋର ଦିଆଯିବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.