ETV Bharat / bharat

ଦିଲ୍ଲୀରେ ଘନ କୁହୁଡି, 5 ଘଣ୍ଟା ବିଳମ୍ବରେ ଚାଲିଲା ସ୍ପାଇସ ଜେଟ-ଏସଜି-890 - 5 ଘଣ୍ଟା ବିଳମ୍ବରେ ଚାଲିଲା ସ୍ପାଇସ ଜେଟ-ଏସଜି-890

ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ବିମାନସେବା ବାଧାପ୍ରାପ୍ତ । 5 ଘଣ୍ଟା ବିଳମ୍ବରେ ଚାଲିଲା ସ୍ପାଇସ ଜେଟ-ଏସଜି-890। ଅସୁବିଧାର ସାମନା କଲେ ସମସ୍ତ ଯାତ୍ରୀ । ଆଗକୁ ପଢନ୍ତୁ...

passengers suffer as flight gets delayed due to bad weather
ପ୍ରତିକାତ୍ମକ ଫଟୋ
author img

By

Published : Dec 30, 2019, 7:23 PM IST

ନୂଆଦିଲ୍ଲୀ: ପ୍ରବଳ ଶୀତ ଯୋଗୁଁ ଘନ କୁହୁଡିରେ ଢାଙ୍କି ହୋଇଛି ଜାତୀୟ ରାଜଧାନୀ ଦିଲ୍ଲୀ। ଏହାର ପ୍ରଭାବ ବିମାନ ଚଳାଚଳ ଉପରେ ପଡିଛି। ଦିଲ୍ଲୀ ବିମାନ ବନ୍ଦରରୁ ସୋମବାର ବିମାନ ବିଳମ୍ବ ଯୋଗୁଁ ଅନେକ ଯାତ୍ରୀ ଅସୁବିଧାର ସାମନା କରିଛନ୍ତି।

ଦିଲ୍ଲୀରୁ ଔରଙ୍ଗାବାଦ ଯାତ୍ରା କରୁଥିବା ସ୍ପାଇସ ଜେଟ-ଏସଜି-8901 ବିମାନ ପାଖାପାଖି 5 ଘଣ୍ଟା ବିଳମ୍ବରେ ଯାତ୍ରା କରିଥିଲା। ବିମାନଟି ଯାତ୍ରା କରିବା ପାଇଁ ପ୍ରସ୍ତୁତ ଥିବା ସହ ସମସ୍ତ ଯାତ୍ରୀ ବିମାନରେ ବସି ସାରିଥିଲେ। ହେଲେ ଖରାପ ପାଗ ଯୋଗୁଁ ଯାତ୍ରାକୁ ସ୍ଥଗିତ କରାଯାଇଥିବା ବିମାନ ବନ୍ଦର ପକ୍ଷରୁ ଘୋଷଣା କରାଯାଇଥିଲା। ଫଳରେ ସମସ୍ତ ଯାତ୍ରୀ ବିମାନ ଭିତରେ ହିଁ ବନ୍ଦ ହୋଇ ରହିଥିଲେ।

କୁହୁଡି ଯୋଗୁଁ ପ୍ରାୟ 500 ବିମାନ ବିଳମ୍ବରେ ଯାତ୍ରା କରୁଥିବା ବେଳେ 21ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଥିବା ବେଳେ 5ଟି ବିମାନକୁ ବାତିଲ କରାଯାଇଥିବା ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଜଣାଇ ଦିଆଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.