ETV Bharat / bharat

ଅଫିମ ଖାଉଛନ୍ତି ଚାଲାକ ଶୁଆ

ଅଫିମ କ୍ଷେତରେ ଶୁଆଙ୍କ ରାଜ । ମଧ୍ୟପ୍ରଦେଶର ମନ୍ଦସର ଓ ରତଳମ ଅଞ୍ଚଳରେ ଏବେ ଚାଲାକ ଶୁଆମାନେ କ୍ଷେତରୁ ଅଫିମ ଖାଇ ସଫା କରିଦେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି

author img

By

Published : Feb 27, 2019, 9:43 PM IST

ମନ୍ଦସଉର: ଅଫିମ କ୍ଷେତରେ ଶୁଆଙ୍କ ରାଜ । ମଧ୍ୟପ୍ରଦେଶର ମନ୍ଦସର ଓ ରତଳମ ଅଞ୍ଚଳରେ ଏବେ ଚାଲାକ ଶୁଆମାନେ କ୍ଷେତରୁ ଅଫିମ ଖାଇ ସଫା କରିଦେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବଡ କଥା ଅଫିମ ଚାଷ କରୁଥିବା କୃଷକଙ୍କ ପାଇଁ ଏହା ଏବେ ବଡ ଚିନ୍ତାର କାରଣ ପାଲଟିଛି ।

କାରଣ ଦିନ ହେଉ କି ରାତି ଶୁଆମାନେ ସୁଯୋଗ ପାଇଲେ ଅଫିମ ଖାଇବାରେ ମାତିଯାଉଛନ୍ତି । ଦେଖିବାକୁ ମିଳିଛି ଶୁଆମାନେ କେବଳ କ୍ଷେତରେ ଅଫିମ ଖାଇ ନଷ୍ଟ କରୁନାହାନ୍ତି ବରଂ ଅଫିମ କେଣ୍ଡାଗୁଡିକୁ ମଧ୍ୟ ନେଇଯାଉଛନ୍ତି । ଅଫିମ କୃଷକଙ୍କ ପାଇଁ ପ୍ରତିଟି କେଣ୍ଡା ବହୁ ମୂଲ୍ୟବାନ ହୋଇଥିବାବେଳେ କେଣ୍ଡା ପିଛା ୨୦ରୁ ୨୫ ଗ୍ରାମ ଅଫିମ ବାହାରିଥାଏ ।

ତେବେ ପ୍ରତିଟି ଶୁଆ ୩୦ରୁ ୪୦ ଥର ଅଫିମ ଚୋରି କରି ଖାଇଯାଉଥିବାବେଳେ ଏହାକୁ ନେଇ ଚିନ୍ତାରେ ଚାଷୀ । ଏହାକୁ ନେଇ ଚାଷୀମାନେ କହିଛନ୍ତି ଯେ ବାଣ ଫୁଟାଇବା ସହ ତାର ଜାଲି ଲଗାଉଥିଲେ ବି ଶୁଆମାନେ ଖାତିର କରୁନାହାନ୍ତି । ଆଉ ଏହାକୁ ନେଇ ବନ ବିଭାଗ ମଧ୍ୟ କୌଣସି ଦୃଷ୍ଟି ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି।

For All Latest Updates

TAGGED:

parrotopium
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.