ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ଶୁକ୍ରବାର ସଂସଦର ଉଭୟ ଗୃହରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସ୍ଥିତି ଅଣାୟତ ହେବାରୁ ପ୍ରଥମେ ଲୋକସଭାକୁ ମୁଲତବୀ ରଖାଯାଇଥିଲା। ଏବେ ରାଜ୍ୟସଭାକୁ ମଧ୍ୟ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ରଖିଛନ୍ତି ଏହାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ। ଗୃହରେ ହଟ୍ଟଗୋଳ ହେବାରୁ ରାଜ୍ୟସଭା ଅଧ୍ୟକ୍ଷ ପ୍ରଥମେ ସାଂସଦଙ୍କୁ ବୁଝାସୁଝା କରିଥିଲେ। ଯେଉଁ ସଦସ୍ୟ ଗୃହରେ ଉପସ୍ଥିତ ନାହାନ୍ତି ତାଙ୍କ ନାଁ ନେବା ଠିକ୍ ନୁହେଁ ବୋଲି ସେ କହିଥିଲେ। ହେଲେ ଗୃହରେ ଉପସ୍ଥିତ ଥିବା ସାଂସଦ, ଅଧ୍ୟକ୍ଷଙ୍କ କଥା ଶୁଣିବା ପରିବର୍ତ୍ତେ ହୋ-ହାଲ୍ଲା କରିଥିଲେ। ଫଳରେ ବାଧ୍ୟହୋଇ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟସଭାକୁ ସ୍ଥଗିତ ରଖାଯାଇଛି।
ଲୋକସଭା ପରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟସଭା ମୁଲତବୀ - ରାଜ୍ୟସଭା
ରାଜ୍ୟସଭାକୁ ମଧ୍ୟ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବି ରଖିଛନ୍ତି ଏହାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ।
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ଶୁକ୍ରବାର ସଂସଦର ଉଭୟ ଗୃହରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସ୍ଥିତି ଅଣାୟତ ହେବାରୁ ପ୍ରଥମେ ଲୋକସଭାକୁ ମୁଲତବୀ ରଖାଯାଇଥିଲା। ଏବେ ରାଜ୍ୟସଭାକୁ ମଧ୍ୟ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ରଖିଛନ୍ତି ଏହାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ। ଗୃହରେ ହଟ୍ଟଗୋଳ ହେବାରୁ ରାଜ୍ୟସଭା ଅଧ୍ୟକ୍ଷ ପ୍ରଥମେ ସାଂସଦଙ୍କୁ ବୁଝାସୁଝା କରିଥିଲେ। ଯେଉଁ ସଦସ୍ୟ ଗୃହରେ ଉପସ୍ଥିତ ନାହାନ୍ତି ତାଙ୍କ ନାଁ ନେବା ଠିକ୍ ନୁହେଁ ବୋଲି ସେ କହିଥିଲେ। ହେଲେ ଗୃହରେ ଉପସ୍ଥିତ ଥିବା ସାଂସଦ, ଅଧ୍ୟକ୍ଷଙ୍କ କଥା ଶୁଣିବା ପରିବର୍ତ୍ତେ ହୋ-ହାଲ୍ଲା କରିଥିଲେ। ଫଳରେ ବାଧ୍ୟହୋଇ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟସଭାକୁ ସ୍ଥଗିତ ରଖାଯାଇଛି।
BLANK
Conclusion: