ETV Bharat / bharat

ପ୍ରତିକୂଳ ପରିସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବିଷୟରେ ଚର୍ଚ୍ଚା ଜରୁରୀ: ଆଜାଦ

author img

By

Published : Sep 13, 2020, 7:31 PM IST

କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ସଂସଦର ମୌସୁମୀ ଅଧିବେଶନ ଅନେକ ସଙ୍କଟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ହେଲେ ଗୁରୁତ୍ବପୂର୍ଣ୍ଣ ଏହି ସମସ୍ୟା ଉପରେ ଚର୍ଚ୍ଚା ହେବା ଜରୁରୀ । ଅଧିକ ପଢନ୍ତୁ...

ପ୍ରତିକୂଳ ପରିସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ଜରୁରୀ: ଆଜାଦ

ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । କୋରୋନା ସଙ୍କଟ ମଧ୍ୟରେ ଅଧିବେଶନକୁ ସୁରଖୁରୁରେ ଚଳାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସରକାର । ଏପରିସ୍ଥିତିରେ ବିପକ୍ଷ କିନ୍ତୁ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ହଙ୍ଗାମା କରିବାର ସଙ୍କେତ ମିଳିଛି । କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ସଂସଦର ମୌସୁମୀ ଅଧିବେଶନ ଅନେକ ସଙ୍କଟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ସ୍ଥିତି ଉପୁଜିଛି । ଜିଡିପି ଖସି ସାରିଛି । ଦରବୃଦ୍ଧି ଓ ନୂଆ ଶିକ୍ଷାନୀତିର ବିଷୟରେ ଚର୍ଚ୍ଚା ହେବାର ଆବଶ୍ୟକତା ରହିଛି । ଏହି ସମସ୍ୟା ଉପରେ ଦେଶର ଜନତା ଅବଗତ ହେବା ଜରୁରୀ ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଗାଇଡଲାଇନ ପାଳନ ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରତ୍ୟେକ ଦିନ 4 ଘଣ୍ଟା ଲୋକସଭା ବସିବ । ଏପରିସ୍ଥିତିରେ ଶୂନ୍ୟକାଳର ଅବଧି ଅଧ ଘଣ୍ଟାଏ କମାଯାଇ ଥିବାବେଳେ ପ୍ରଶ୍ନର ଉତ୍ତର ଲିଖିତ ରୂପେ ଦିଆ ଯିବାର ବ୍ୟବସ୍ଥା ରହିଛି ।

ମୋସୁମୀ ଅଧିବେଶନ 14 ସେପ୍ଟେମ୍ବରରୁ ଆରମ୍ଭ ହୋଇ ଅକ୍ଟୋବର 1 ଯାଏଁ ଜାରି ରହିବ । କୋରୋନା ସଙ୍କଟ ମଧ୍ୟରେ ଆୟୋଜିତ ହେବାକୁ ଥିବା ମୌସୁମୀ ଅଧିବେଶନ ପାଇଁ ସମସ୍ତ ପ୍ରକ୍ରିୟା ଜାରି ରହିଛି ।

ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ କହିଛନ୍ତି ଯେ ଏହି ଅଧିବେଶନ ଏକ ପ୍ରକାରର ଚ୍ୟାଲେଞ୍ଜ। ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବାଚସ୍ପତି କହିଛନ୍ତି । କୋରୋନା ସଙ୍କଟ ମଧ୍ୟରେ ମୌସୁମୀ ଅଧିବେଶନ ବଡ ଚ୍ୟାଲେଞ୍ଜ ହୋଇଥିଲେ ସୁଦ୍ଧା ଏହା ଐତିହାସିକ ହେବ। କୋଭିଡ ଗାଇଡଲାଇନ ପାଳନ କରାଯିବା ସହ ଅଧିବେଶନ ସଫଳତାର ସହ ଚାଲିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.