ETV Bharat / bharat

ସେପ୍ଟେମ୍ବର 30 ପରେ ଅଚଳ ହେବ ପ୍ୟାନ !

ଖୁବଶୀଘ୍ର ପ୍ୟାନ କାର୍ଡ ନମ୍ବରକୁ ଆଧାର କାର୍ଡ ସହ ଲିଙ୍କ କରନ୍ତୁ । ନଚେତ ଅନେକ ଅସୁବିଧାର ହେବେ ସମ୍ମୁଖୀନ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 10, 2019, 11:45 PM IST

ନୂଆଦିଲ୍ଲୀ: ଯଦି ଆପଣ ନିଜର ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର ବା ପ୍ୟାନ କାର୍ଡକୁ ଆଧାରକାର୍ଡ ସହ ଲିଙ୍କ କରିନାହାନ୍ତି ତେବେ ଆପଣଙ୍କ କାର୍ଡ ଅଚଳ ହୋଇଯିବ । ଏହାକୁ ଲିଙ୍କ କରିବାର ଶେଷ ସମୟସୀମା ଚଳିତବର୍ଷ ସେପ୍ଟେମ୍ବର 30 ରଖାଯାଇଛି । ତେବେ ଆୟକର ବିଭାଗ ପକ୍ଷରୁ ଯଦି ଏହି କାର୍ଡକୁ ରଦ୍ଦ କରାଯାଏ ତେବେ ଏହାକୁ ଆଉ କୌଣସି କାମରେ ବ୍ୟବହାର କରାଯାଇପାରିବ ନାହିଁ ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(CBTB)ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଦେଶରେ 43 କୋଟି ଲୋକଙ୍କ ପାଖରେ ପ୍ୟାନ କାର୍ଡ ଥିବାବେଳେ 120 କୋଟି ଲୋକଙ୍କ ପାଖରେ ଆଧାରକାର୍ଡ ରହିଛି । ତେବେ କରଦାତାଙ୍କୁ ଚଳିତ ଜୁଲାଇ 31 ସୁଦ୍ଧା ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR) ଭରିବାକୁ ପଡିବ । ପ୍ୟାନକୁ ଆଧାର କାର୍ଡ ସହ
ଲିଙ୍କ ନକରିଥିଲେ ଟ୍ୟାକ୍ସ ଭରିପାରିବେନି । ତେଣୁ ସେପ୍ଟେମ୍ବର 30 ସୁଦ୍ଧା ଏହି ଲିଙ୍କ କରାଇବା ବାଧ୍ୟତାମୂଳକ ।

ଲିଙ୍କ ନକଲେ କଣ ହେବ ?

ଯଦି ଆପଣ ସମୟ ଭିତରେ ଏହି ଲିଙ୍କ ନକରନ୍ତି ତେବେ ଇନକମ ଟ୍ୟାକ୍ସ ଆକ୍ଟ ଧାରା 139 AA ଅନୁଯାୟୀ, ପ୍ୟାନକୁ ଇନଭ୍ୟାଲିଡ ବା ଅଚଳ ଭାବେ ଗ୍ରହଣ କରାଯିବ ।

ମୋଦି ସରକାର 6ଷ୍ଠ ଥର ପାଇଁ ପ୍ୟାନକୁ ଆଧାର ସହ ଲିଙ୍କ କରିବା ପାଇଁ ଏହାର ସମୟ ସୀମାକୁ ବୃଦ୍ଧି କରିଥିଲେ । ଏହା ପୂର୍ବରୁ ପ୍ରଥମେ 2018 ଜୁନ ମାସ ଓ ପରେ ମାର୍ଚ୍ଚ 31 ପର୍ଯ୍ୟନ୍ତ ଆଧାରକୁ ପ୍ୟାନ ସହ ଯୋଡିବା ପାଇଁ କୁହାଯାଇଥିଲା । କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ(CBTB) ପକ୍ଷରୁ ପୁଣି ଏହାର ଅବଧିକୁ 2019 ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଅନଲାଇନରେ କରନ୍ତୁ ପ୍ୟାନ ସହ ଆଧାର ଲିଙ୍କ

ପ୍ରଥମେ ଆୟକର ବିଭାଗର ଇ-ଫାଇଲିଙ୍ଗ(www.incometaxindiaefiling.gov.in)କୁ ଯାଆନ୍ତୁ । ଏହାପରେ ବାମ ପାଖରେ ନାଲି ରଙ୍ଗର ଦିଆଯାଇଥିବା 'ଲିଙ୍କ ଆଧାର' ଉପରେ କ୍ଲିକ କରନ୍ତୁ । ଯଦି ଆପଣଙ୍କ ଆକାଉଣ୍ଟ ନଦେଖଉଛି ତେବେ ଖୁବ ଶିଘ୍ର ରେଜିଷ୍ଟ୍ରେସନ କରନ୍ତୁ । ଏହାପରେ ଦେଖଉଥିବା ଏକ ବ୍ଲୁ ଲାଇନରେ ପ୍ରୋଫାଇଲ ସେଟିଂକୁ ବାଛନ୍ତୁ । ଏଥିରେ ଆପଣଙ୍କୁ ଆଧାରକାର୍ଡ ଲିଙ୍କ କରିବା ପାଇଁ ଅପସନ ଆସିବ । ତାକୁ ସିଲେକ୍ଟ କରନ୍ତୁ । ଏହାପରେ ଦିଆଯାଇଥିବା ବାକ୍ସ ଭିତରେ ଆପଣଙ୍କ ଆଧାର ନମ୍ବର ଓ କ୍ୟାପଚା କୋର୍ଡ ଭରନ୍ତୁ । ଏହାପରେ ତଳେ ଥିବା 'ଲିଙ୍କ ଆଧାର' ଉପରେ କ୍ଲିକ କରନ୍ତୁ ।

ମୋବାଇଲ ମାଧ୍ୟମରେ ଏପରି କରନ୍ତୁ ଲିଙ୍କ

ଆପଣ ଏସଏମଏସ ବେଷ୍ଟ ସର୍ଭିସକୁ ବ୍ୟବହାର କରି ନିଜର ପ୍ୟାନକୁ ଆଧାର ସହ ଲିଙ୍କ କରାଇପାରିବେ । ଆୟକର ବିଭାଗର କହିବାନୁଯାୟୀ, 567678 କିମ୍ବା 56161 ନମ୍ବରରେ ମେସେଜ ପଠାଇ ଆଧାରକୁ ପ୍ୟାନ ସହ ଲିଙ୍କ କରିପାରିବେ ।

Intro:Body:

BLANK FOR LINK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.