କୋଟ୍ଟାୟମ: ସରିଛି କେରଳର ପାଲା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ଏବେ ଅପେକ୍ଷା ଓ ଉତ୍କଣ୍ଠା ଫଳାଫଳକୁ । ଗତଥର ଅପେକ୍ଷା ଚଳିତବର୍ଷ ମତଦାନ ହାର କମିଛି । ଚଳିତଥର ମତଦାନ ହାର 71.48 ପ୍ରତିଶତ ରହିଛି ।
2016 ବିଧାନସଭା ନିର୍ବାଚନରେ 77.50 ପ୍ରତିଶତ ଭୋଟର ମତଦାନ କରିଥଲେ । ହେଲେ 2019 ଲୋକସଭା ନିର୍ବାଚନରେ ପାଲାରେ 72.68ପ୍ରତିଶତ ମତଦାନ ହୋଇଛି । ପାଲା ନିର୍ବାଚନରେ ମୋଟ 1,79,107 ମତଦାତାଙ୍କ ସହ 1,27,939 ଭୋଟ ଦେବା ପାଇଁ ପଞ୍ଜୀକରଣ କରିଥିଲେ । ସେହିପରି 65,203 ପୁରୁଷ ଓ 62, 736ଜଣ ମହିଳା ଭୋଟର ମତଦାନ କରିଛନ୍ତି । ଦ୍ବିପ୍ରହର ସମୟରେ ବର୍ଷା ହେବା କାରଣରୁ ମତଦାନ କେନ୍ଦ୍ରରେ ଭୋଟର ସଂଖ୍ୟା କମିବାକୁ ଲାଗିଥିଲା ।
ତେବେ ଅପରାହ୍ନ 3ଟା ପୂର୍ବରୁ ମତଦାନ କରିଥିବା ଭୋଟରଙ୍କ ସଂଖ୍ୟା 1 ଲକ୍ଷରୁ ଉର୍ଦ୍ଧ୍ବ ଟପିଥିଲା । କିଛି ସ୍ଥାନରେ ଯାନ୍ତ୍ରିକ ସମସ୍ୟା କାରଣରୁ ମତଦାନ ପ୍ରକ୍ରିୟାରେ ବାଧା ଉପୁଜିଥିଲା । ସେହିପରି ମକପୋଲ ସମୟରେ ଯେଉଁ 6ଟି ସ୍ଥାନରେ ଇଭିଏମ ମେସିନରେ ତ୍ରୁଟି ହୋଇଥିଲା ସେସବୁକୁ ତୁରନ୍ତ ବଦଳାଇ ଦିଆଯାଇଥିଲା । ମତଦାନ ଆରମ୍ଭ ହେବା ପରେ କେବଳ 3ଟି ବୁଥ୍ରେ ବାଲାଟ୍ ୟୁନିଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ନିର୍ବାଚନ ଅଧିକାରୀ ଏହାର ମରାମତି ପାଇଁ ତତ୍ପରତା ମଧ୍ୟ ଦେଖାଇଥିଲେ । ତେବେ ମତଦାନ ସରିବା ପରେ ଇଭିଏମ ମେସିକୁ ସୁରକ୍ଷିତ ଭାବେ ପାଲି କାର୍ମେଲ ପବ୍ଲିକ ସ୍କୁଲକୁ ପଠାଇ ଦିଆଯାଇଥିଲା ।
ଗତ ତିନି ମାସର ନିର୍ବାଚନୀ ପ୍ରଚାର ଓ ମତଦାନ ପରେ କେରଳକୁ ପଲ୍ଲାଇର ଫଳାଫଳକୁ ଅପେକ୍ଷା କରିଛି । ତେବେ ଆସନ୍ତା ସେପ୍ଟେମ୍ବର 27ରେ ପାଲାର ଭୋଟ ଗଣତି ହେବ ।