ETV Bharat / bharat

କ୍ରିକେଟର ଦାନିଶ କାନେରିଆରଙ୍କ ମାମଲାରେ କଂଗ୍ରେସକୁ ଘେରିଲା ବିଜେପି

author img

By

Published : Dec 27, 2019, 12:46 PM IST

ରାୱଲପିଣ୍ଡି ଏକ୍ସପ୍ରେସ ଭାବରେ ପରିଚିତ ପାକିସ୍ତାନୀ ଫାଷ୍ଟ ବୋଲର ସୋଏବ ଆଖତର ହିନ୍ଦୁ କ୍ରିକେଟର ଦାନିଶ କାନେରିଆଙ୍କୁ ବ୍ୟବହାର ସମ୍ପର୍କରେ ଖୁଲାସା କରିଛନ୍ତି । ଏହାପରେ ସିଏଏ କୁ ନେଇ ବିଜେପି କଂଗ୍ରେସକୁ ଜୋରଦାର ସମାଲୋଚନା କରିଛି । ଅଧିକ ପଢନ୍ତୁ...

pakistani-hindu-cricketer-danish-kaneria-matter-in-bjp-cong-on-caa-politics
ଫଟୋ ସୌଜନ୍ୟ: ଫାଇଲ ଫଟୋ

ହାଇଦ୍ରାବାଦ: ରାୱଲପିଣ୍ଡି ଏକ୍ସପ୍ରେସ ଭାବରେ ପରିଚିତ ପାକିସ୍ତାନୀ ଫାଷ୍ଟ ବୋଲର ସୋଏବ ଆଖତର ହିନ୍ଦୁ କ୍ରିକେଟର ଦାନିଶ କାନେରିଆଙ୍କୁ ବ୍ୟବହାର ସମ୍ପର୍କରେ ଖୁଲାସା କରିଛନ୍ତି । ଏହାପରେ ସିଏଏ କୁ ନେଇ ବିଜେପି କଂଗ୍ରେସକୁ ଜୋରଦାର ସମାଲୋଚନା କରିଛି । ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ) କଂଗ୍ରେସ ବିରୋଧ କରିବ କି ବୋଲି ବିଜେପି ପ୍ରଶ୍ନ କରିଛି ।

ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ନେଇ ଉଭୟ ଶାସକ ଓ ବରୋଧୀ ଦଳ ମଧ୍ୟରେ ରାଜନୀତି ଜୋରଧରିଛି । ପାକିସ୍ତାନୀ ଫାଷ୍ଟ ବୋଲର ସୋଏବ ଆଖତର ଏକ ଶୋରେ କହିଛନ୍ତି ପୂର୍ବତନ ସ୍ପିନର ଦାନିଶ କାନେରିଆ ହିନ୍ଦୁ ହୋଇଥିବା କାରଣରୁ ପାକିସ୍ତାନୀ କ୍ରିକେଟ ଟିମ ତାଙ୍କ ସହ ପାତର ଅନ୍ତର କରୁଥିଲେ ।

ଏହି ସମୟରେ କର୍ଣ୍ଣାଟକ ବିଜେପି ପକ୍ଷରୁ ଟ୍ବିଟ କରି ଲେଖିଛି ପାକସ୍ତାନୀ କ୍ରିକେଟର ଦାନିଶ କାନେରିଆ ସହିତ ଖାଦ୍ୟ ନ ଖାଇବା ଏବଂ ତାଙ୍କୁ ନିର୍ଯ୍ୟାତନା ଦେବା ଏହା ପାକିସ୍ତାନୀ କ୍ରିକେଟର ସୋଏବ ଆଖତର ଖୁଲାସା କରିଛନ୍ତି । ଏବେ ଆପଣ ଭାବନ୍ତୁ ପାକିସ୍ତାନରେ କିଭଳି ସଂଖ୍ୟାଲଘୁଙ୍କୁ ବ୍ୟବହାର କରାଯାଉଛି । ଏହି ଅବସରରେ କର୍ଣ୍ଣାଟକ ବିଜେପି କଂଗ୍ରେସର ସିଏଏର ବିରୋଧକୁ ନେଇ ପ୍ରଶ୍ନ କରିଛନ୍ତି ।

ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବିୟ ମଧ୍ୟ ବିରୋଧୀଙ୍କୁ ଘେରିଛନ୍ତି । ଦାନିଶ କାନେରିଆ ଭଳି ଆନ୍ତଃର୍ଜାତିକ କ୍ରିକେଟର ସହିତ ଯଦି ଏଭଳି ବ୍ୟବହାର ହେଉଛି ସାଧାରଣ ଅଣ ମୁସଲିମଙ୍କୁ କେଉଁ ଭଳି ବ୍ୟବହାର କରାଯାଉଥିବ । ଯଦି ସିଏଏ ଶରଣାର୍ଥୀ ମାନଙ୍କୁ ସାହାୟତା କରୁଛି ମୁସଲିମ,କଂଗ୍ରେସ ଓ କମ୍ୟୁନିଷ୍ଟ କାହିଁକି ବିରୋଧ କରୁଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.