ETV Bharat / bharat

ପାକିସ୍ତାନ ଜିନ୍ଦାବାଦ୍ ସ୍ଲୋଗାନ ମାମଲା, ଛାତ୍ରୀଙ୍କ ଜାମିନ ଆବେଦନ ଖାରଜ - ଅମୂଲ୍ୟା

ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିବା କଲେଜ ଛାତ୍ରୀଙ୍କ ଜାମିନ ଆବଦନକୁ ବେଙ୍ଗାଲୁରୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ କୋର୍ଟ କହିଛନ୍ତି ଯେ ଯଦି ଅମୂଲ୍ୟା ଲିଓନଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ନିଜକୁ ସମାନ ଅପରାଧରେ ଜଡିତ ହୋଇପାରନ୍ତି । ଯାହା ଶାନ୍ତି ଉପରେ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 11, 2020, 5:31 PM IST

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ମଞ୍ଚ ଉପରେ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିବା କଲେଜ ଛାତ୍ରୀଙ୍କ ଜାମିନ ଆବଦନକୁ ବେଙ୍ଗାଲୁରୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ କୋର୍ଟ କହିଛନ୍ତି ଯେ ଯଦି ଅମୂଲ୍ୟା ଲିଓନଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ନିଜକୁ ସମାନ ଅପରାଧରେ ଜଡିତ ହୋଇପାରନ୍ତି । ଯାହା ଶାନ୍ତି ଉପରେ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ସୂଚନା ଯେ, ଫେବୃଆରୀ 20 ତାରିଖରେ AIMIM ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସୀ ଆୟୋଜିତ କରିଥିବା ରାଲିରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଫସିଥିଲେ ଅମୂଲ୍ୟା ନାମକ ଯୁବତୀ । ପାକିସ୍ତାନକୁ ସମର୍ଥନ କରି ନାରା ଦେଇଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା । ପରେ ଅମୂଲ୍ୟାଙ୍କୁ ବେଙ୍ଗାଲୁରୁର ଏକ କୋର୍ଟରେ ହାଜର କରାଯାଇଥିଲା ।

ଫଳରେ ବିଚାରପତି ବିଦ୍ୟାଧର ଶିରାହାତୀ ତାଙ୍କ ଆଦେଶରେ କହିଛନ୍ତି ଯେ ଯଦି ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ସେ ପଳାଇ ଯାଇପାରନ୍ତି ଏବଂ ତେଣୁ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.