ETV Bharat / bharat

ମୋଦିଙ୍କୁ ମନା ପାକିସ୍ତାନ ଆକାଶ ମାର୍ଗ, ଅନୁମତି ଦେଲାନି ପଡୋଶୀ ଦେଶ

author img

By

Published : Sep 18, 2019, 9:44 PM IST

ପାକିସ୍ତାନ ବାୟୁସୀମାରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଯାତ୍ରାକୁ ପାକ ଅନୁମତି ଦେଇନାହିଁ । ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସୀମା ଦେଇ ପ୍ରଧାନମନ୍ତ୍ରୀଙ୍କ ବିମାନଯାତ୍ରାକୁ ନେଇ ଭାରତୀୟ ହାଇକମିଶନ କରିଥିବା ଅନୁରୋଧକୁ ପାକିସ୍ତାନ ଅଗ୍ରାହ୍ୟ କରିଛି । ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ ସୂଚନା ଦେଇଛନ୍ତି ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ଦେଶର ବାୟୁସୀମାରେ ଉଡାଣକୁ ଅନୁମତି ଦେବୁନାହିଁ । ଏ ସଂକ୍ରାନ୍ତରେ ଭାରତୀୟ ହାଇକମିଶନକୁ ଅବଗତ କରିଥିବା କଥା ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଆଇପିଙ୍କ ବିଶେଷ ଉଡାଣକୁ ପାକିସ୍ତାନ ଅନୁମତି ନ ଦେବା ଦୁଃଖର ବିଷୟ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରକାଶ କରିଛି । ସେହିପରି ପାକିସ୍ତାନର ଏପରି ଏକତରଫା ନିରର୍ଥକ କାର୍ଯ୍ୟାନୁଷ୍ଠାନକୁ ନିଜେ ଜାଣୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର 21ରୁ ଏକ ସପ୍ତାହ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.