ETV Bharat / bharat

ପୁଣି ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନ

ଜମ୍ମୁ-କାଶ୍ମୀର ପୁଞ୍ଛ ଜିଲ୍ଲାର କୃଷ୍ଣା ଘାଟି, ଶାହପୁର ଏବଂ ମନକୋଟ ସେକ୍ଟରରେ ଶନିବାର ସକାଳୁ ପାକ୍‌ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jul 20, 2019, 11:13 AM IST

ଶ୍ରୀନଗର: ଭାରତ-ପାକିସ୍ତାନ ଅନ୍ତଃରାଷ୍ଟ୍ରୀୟ ସୀମାରେ ପାକ୍‌ ତରଫରୁ ପୁଣି ଥରେ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି । ଜମ୍ମୁ-କାଶ୍ମୀର ପୁଞ୍ଛ ଜିଲ୍ଲାର କୃଷ୍ଣା ଘାଟି, ଶାହପୁର ଏବଂ ମନକୋଟ ସେକ୍ଟରରେ ଶନିବାର ସକାଳୁ ପାକ୍‌ ସେନା ପକ୍ଷରୁ ଏହି ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି । ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ସେମାନେ ଭାରି ମାତ୍ରାରେ ଗୁଳିମାଡ ଏବଂ ମୋର୍ଟାର ମାଡ କରିଛନ୍ତି ।

ତେବେ ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଉଛନ୍ତି । ସେପଟେ ସୀମାରେ ଲାଗି ରହିଥିବା ଉତ୍ତେଜନା ଯୋଗୁଁ ସୀମାବର୍ତ୍ତୀ ଗ୍ରାମ ଗୁଡିକରେ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ସୂଚନାଯୋଗ୍ୟ ଯେ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ଜମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.