ଶ୍ରୀନଗର: ସାରା ବିଶ୍ବରେ ତାଣ୍ଡବଲୀଳା ଜରି ରଖିଛଇ ମହାମାରୀ କୋରୋନା ଭାଇରସ । ବିଶ୍ବବାସୀ ତ୍ରାହି ତ୍ରାହି ତ୍ରାହି ଡାକୁଥିବା ବେଳେ ପାକିସ୍ତାନ ସୁଧୁରିବାର ନାଁ ନେଉନାହିଁ । ରବିବାର ପାକିସ୍ତାନୀ ସେନା ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ଉପରେ ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି, " ଅପରାହ୍ନ ପ୍ରାୟ 1.40 ସମୟରେ ପୁଞ୍ଚ ଜିଲ୍ଲାର କରନୀ ଏବଂ କସବା ସେକ୍ଟରରେ ମୋର୍ଟାର ସମେତ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ଗୁଳି ଚଳାଇ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଭାରତୀୟ ସେନା ଏହାର କଡା ଜବାବ ଦେଉଛି । ଏଥରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।
ଶନିବାର ପୁଞ୍ଚ ଜିଲ୍ଲାର ବାଲାକୋଟ ସେକ୍ଟରରେ ପାକିସ୍ତାନୀ ସେନା ମଧ୍ୟ ଗୁଳି ଚଳାଇଥିଲା । ଶୁକ୍ରବାର ଭାରତୀୟ ସେନାର ଗୁଳି ମାଡରେ ଏଲଓସି ସଂଲଗ୍ନ ପାକିସ୍ତାନ ଆତଙ୍କୀ ଲଞ୍ଚ ପ୍ୟାଡ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ।
@IANSଇନପୁଟ