ETV Bharat / bharat

ଜମ୍ମୁ-କାଶ୍ମୀରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍‌

author img

By

Published : Jul 23, 2020, 12:56 PM IST

ଗୁରୁବାର ପୁଣିଥରେ ଅନ୍ତରାଷ୍ଟ୍ରୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌ । ପୁଞ୍ଚ ଜିଲ୍ଲାର କସବା ସେକ୍ଟରରେ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଛୋଟ ଅସ୍ତ୍ରଶସ୍ତ୍ର ଏବଂ ମୋର୍ଟାର ମାଡ କରିଛନ୍ତି ପାକିସ୍ତାନ ସୈନ୍ୟ ।

 ଜମ୍ମୁ-କାଶ୍ମୀରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର: ସୀମାରେ ଆତଙ୍କବାଦୀଙ୍କୁ ପଠାଇବା ଲାଗି ଉଦ୍ୟମ ଚଳାଇଛି ପାକିସ୍ତାନ । ଏନେଇ ଲଗାତାର ଜମ୍ମୁ-କାଶ୍ମୀର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଏହି କ୍ରମରେ ଗୁରୁବାର ପୁଣିଥରେ ଅନ୍ତରାଷ୍ଟ୍ରୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌ । ପୁଞ୍ଚ ଜିଲ୍ଲାର କସବା ସେକ୍ଟରରେ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଛୋଟ ଅସ୍ତ୍ରଶସ୍ତ୍ର ଏବଂ ମୋର୍ଟାର ମାଡ କରିଛନ୍ତି ପାକିସ୍ତାନ ସୈନ୍ୟ । ତେବେ ଭାରତ ଏହାର କଡା ଜବାବ ଦେଉଥିବା ଜଣାପଡିଛି ।

ଏହାପୂର୍ବରୁ ଜୁଲାଇ 17ରେ ପୁଞ୍ଚର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସୈନ୍ୟମାନେ ବିଭିନ୍ନ ଅଗ୍ରଗାମୀ ଅଞ୍ଚଳ ତଥା ନାଗରିକ ସ୍ଥାନଗୁଡିକୁ ଟାର୍ଗେଟ କରି ଗୁଳିମାଡ କରିଥିଲେ । ଏଥିରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଜୁଲାଇ 14 ରେ ରାଜୌରି ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟସ୍ଥ ଅଗ୍ରଗାମୀ ଅଞ୍ଚଳରେ ପାକ୍‌ ସୈନ୍ୟମାନେ ଗୁଳି ବିନିମୟ ଏବଂ ମୋର୍ଟାର ମାଡ କରିଥିଲେ ।

ତେବେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ସାଧାରଣ ନାଗରିକ ଏବଂ ଭାରତୀୟ ସୈନିକଙ୍କୁ ଟାର୍ଗେଟ କରୁଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.