ETV Bharat / bharat

ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ - ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ସୋମବାର ଅନ୍ତରାଷ୍ଟ୍ରୀୟ ସୀମାରେ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାର ମାନକୋଟ ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସୈନ୍ୟ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ
author img

By

Published : Jul 27, 2020, 12:07 PM IST

ଶ୍ରୀନଗର: ସୁଧୁରୁନି ପାକିସ୍ତାନ । କେତବେଳେ ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ତ ଆଉ କେତେବେଳେ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି। ଇତିମଧ୍ୟରେ ସୋମବାର ଅନ୍ତରାଷ୍ଟ୍ରୀୟ ସୀମାରେ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାର ମାନକୋଟ ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସୈନ୍ୟ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

ସୋମବାର ସକାଳ 10 ଟା 30 ସମୟରେ ପାକିସ୍ତାନ ପକ୍ଷରୁ ହଠାତ୍‌ ଗୁଳିଚାଳନା କରାଯିବା ସହ ମୋର୍ଟାର ମାଡ଼ କରାଯାଇଥିଲା। ତେବେ ଭାରତୀୟ ସେନା ଏହାର କଡା ଜବାବ ଦେଉଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ପାକିସ୍ତାନର ଏଭଳି କାର୍ଯ୍ୟକଳାପ ଯୋଗୁଁ ସୀମା ନିକଟବର୍ତ୍ତୀ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.