ETV Bharat / bharat

ଜମ୍ମୁ-କାଶ୍ମୀରରେ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

author img

By

Published : Jun 25, 2020, 5:35 PM IST

ଗୁରୁବାର ପାକିସ୍ତାନ ସୈନିକଙ୍କ ପକ୍ଷରୁ ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲ୍ଲାର ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

ଅସ୍ତ୍ରବିରତି ଉଲ୍ଲଂଘନ
ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର: ଆତଙ୍କବାଦୀଙ୍କୁ ଭାରତ ସୀମାରେ ଅନୁପ୍ରବେଶ କରାଇବା ପାଇଁ ଲଗାତର ଉଦ୍ୟମ ଜାରି ରଖିଛି ପାକିସ୍ତାନ । ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀଙ୍କୁ ସୀମାପାର କରାଇବାକୁ ଚେଷ୍ଟା କରୁଛି । ଏହି କ୍ରମରେ ଗୁରୁବାର ପାକିସ୍ତାନ ସେନା ପୁଣି ଥରେ ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲ୍ଲାର ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ସୀମା ଆରପଟୁ ଭାରିମାତ୍ରାରେ ଗୁଳିଗୋଳା ବର୍ଷଣ କରାଯିବା ସହ ମୋର୍ଟାର ମାଡ଼ କରାଯାଉଛି । ତେବେ ଭାରତୀୟ ସେନା ଏହାର କଡା ଜବାବ ଦେଉଥିବା ଜଣାପଡିଛି । ଏହା ପୂର୍ବରୁ ଗୁରୁବାର ସକାଳେ ଜମ୍ମୁ-କାଶ୍ମୀରର ସୋପୋରର ହାର୍ଦ୍ଦଶିବା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ 2 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେପଟେ ଏନକାଉଣ୍ଟର ସ୍ଥଳରେ ପୋଲିସ ଏବଂ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ ଜାରି ରଖିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.