ETV Bharat / bharat

ନୌଶେରାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜଣେ ଯବାନ ଶହୀଦ - ଜମ୍ମୁ କଶ୍ମୀର ରଜୌରୀ

ପାକିସ୍ତାନ ପକ୍ଷରୁ ଜମ୍ମୁ କଶ୍ମୀର ରଜୌରୀ ଜିଲ୍ଲାର ନୌଶେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ । ଏଥିରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ:ଟ୍ବିଟର@ANI
author img

By

Published : Aug 17, 2019, 6:26 PM IST

Updated : Aug 18, 2019, 12:50 AM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରଖିଛି ପାକିସ୍ତାନ । ଏହି କ୍ରମରେ ଶନିବାର ପୁଣି ପାକିସ୍ତାନ ଜମ୍ମୁ କଶ୍ମୀର ରଜୌରୀ ଜିଲ୍ଲାର ନୌଶେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଏଥିରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଛନ୍ତି ।

jk
ଫଟୋ ସୌଜନ୍ୟ:ଟ୍ବିଟର@ANI

ସୂଚନା ମୁତାବକ, ଆଜି ସକାଳ 6 ଟା 30 ମିନିଟ ସମୟରେ ପାକିସ୍ତାନ ନୌଶେରା ସେକ୍ଟରରେ ଗୁଳିବର୍ଷା କରିବା ସହ ମୋର୍ଟାର ମାଡ କରିଥିଲା । ଯାହାର କଡା ଜବାବ ଦେଇଥିଲା ଭାରତୀୟ ସେନା । ଏହି ସମୟରେ ଭାରତୀୟ ସେନାରେ କାର୍ଯ୍ୟରତ ୩୫ ବର୍ଷୀୟ ଲାନ୍ସ ନାୟକ ସନ୍ଦୀପ ଥପ୍ପା ନାମକ ଜଣେ ଯବାନ ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସନ୍ଦୀପ ଥପ୍ପା ଉତ୍ତରାଖଣ୍ଡର ଡେରାଡୁନ ବାସୀନ୍ଦା । ସେ 15 ବର୍ଷ ତଳେ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

jk
ଫଟୋ ସୌଜନ୍ୟ:ଟ୍ବିଟର@ANI

ଏପଟେ ଭାରତୀୟ ସେନା ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନର ମୁଁହତୋଡ ଜବାବ ଦେଇଛି ।ଭାରତୀୟ ସେନା ରଜୌରୀ ସେକ୍ଟରରେ ପାକିସ୍ତାନ ସେନାର ଏକ ଚେକ୍ ପୋଷ୍ଟକୁ ଧ୍ବଂସ କରିଥିବା ସେନା ସୂତ୍ରରୁ ପ୍ରକାଶ ପାଇଛି । ବର୍ତ୍ତମାନ ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି ।

Intro:Body:

BLANK FOR LINK 

Conclusion:
Last Updated : Aug 18, 2019, 12:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.