ETV Bharat / bharat

ପୁଣି ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍

author img

By

Published : Oct 4, 2020, 11:11 AM IST

ଶନିବାର ବିଳମ୍ବିତ ରାତି ଏଲଓସି ନିକଟରେ ଥିବା ପୁଞ୍ଚ ଜିଲ୍ଲାର ମାନାକୋଟ୍ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।

ପୁଣି ପୁଞ୍ଚରେ ଅସ୍ତ୍ରବିରତି ଉଲଙ୍ଘନ କଲା ପାକ୍

ଶ୍ରୀନଗର: ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଶନିବାର ବିଳମ୍ବିତ ରାତି ଏଲଓସି ନିକଟରେ ଥିବା ପୁଞ୍ଚ ଜିଲ୍ଲାର ମାନାକୋଟ୍ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।

ଶନିବାର ବିଳମ୍ବିତ ରାତି ପ୍ରାୟ 3ଟା 20 ମିନିଟ୍ ସମୟରେ ଗୁଳି ଚଳାଇବା ସହ ମୋର୍ଟାର ମାଡ କରି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ । ସେହିପରି ଗତ ଶନିବାର ଏଲଓସି ନିକଟରେ ଥିବା ରାଜୌରୀ ଜିଲ୍ଲାର ନୋଶେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଶନିବାର ଦିନ ପ୍ରାୟ 11.15 ସମୟରେ ଗୁଳି ଚଳାଇବା ସହ ମୋର୍ଟାର ମାଡ କରି ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକ୍ ।

ଏହାଛଡା ଶୁକ୍ରବାର ମଧ୍ୟ ବିଳମ୍ବିତ ରାତି ପ୍ରାୟ 2.15 ସମୟରେ ଏଲଓସିର ମାନାକୋଟ୍ ସେକ୍ଟର ପୁଞ୍ଚରେ ପାକିସ୍ତାନ ଗୁଳି ବିନିମୟ କରିଥିଲା । ପାଖାପାଖି 45 ମିନିଟ୍ ପରେ ଏହି ଗୁଳି ବିନିମୟ ବନ୍ଦ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.