ETV Bharat / bharat

ପୁଣିଥରେ ଅସ୍ତ୍ରବିରତି ଉଲଙ୍ଘନ କଲା ପାକିସ୍ତାନ, ଭାରତୀୟ ଯବାନ ଶହୀଦ - ଜମ୍ମୁ-କାଶ୍ମୀରର ପୁଞ୍ଛ

ରବିବାର ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଛନ୍ତି । ଯାହାର କଡା ଜବାବ ଦେଉଛନ୍ତି ଭାରତୀୟ ସେନା ।

ଫାଇଲ ଫଟୋ
author img

By

Published : Sep 1, 2019, 6:22 PM IST

Updated : Sep 1, 2019, 11:14 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ଲଗାତାର ସୀମାରେ ଅସ୍ତ୍ରବିରତି ଉଲଙ୍ଘନ ଜାରି ରଖିଛି ପାକିସ୍ତାନ । ଏହି କ୍ରମରେ ରବିବାର ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଛନ୍ତି । ଏଥିରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଥିବା ଜଣା ପଡିଛି ।

ରବିବାର ଅପରାହ୍ନ ପ୍ରାୟ 1ଟା ସମୟରୁ ପାକ୍‌ ସେନା ପୁଞ୍ଛ ଜିଲ୍ଲା ନିକଟରେ ଥିବା ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଗୁଳି ଏବଂ ମୋର୍ଟାର ମାଡ କରିଥିଲେ । ତେବେ ପାକିସ୍ତାନୀ ସେନାର ଗୁଳିମାଡରେ ପୁଞ୍ଛର ଶାହପୁର-କେରନ ସେକ୍ଟରରେ ନିୟୋଜିତ ଜଣେ ଯବାନ ଶହୀଦ ହୋଇଥିବା ସେନା ସୂତ୍ରରୁ ପ୍ରକାଶ ପାଇଛି । ସେପଟେ ଭାରତୀୟ ସେନା ମଧ୍ୟ ପାକ୍‌କୁ କଡା ଜବାବ ଦେଇଛନ୍ତି । ଶେଷ ଖବର ସୁଦ୍ଧା ଉଭୟ ପଟୁ ଗୁଳିବିନିମୟ ଜାରି ରହିଛି ।

ତେବେ ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଲଗାତାର ଅସ୍ତ୍ରବିରତି ଉଲଙ୍ଘନ କରୁଥିବା ବେଳେ ଚଳିତ ବର୍ଷ ଜୁଲାଇରେ ଏହା ସର୍ବାଧିକ ହୋଇଥିବା ଜଣା ପଡିଛି ।

Intro:Body:Conclusion:
Last Updated : Sep 1, 2019, 11:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.