ଶ୍ରୀନଗର: ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ପୁଣିଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକିସ୍ତାନ । ରବିବାର ରାତି ପ୍ରାୟ 9.30 ସମୟରେ କଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ଗୁଳି ଏବଂ ମୋର୍ଟାର ମାଡ଼ କରାଯାଇଛି। ତେବେ ଏହାର ଜବାବ୍ରେ ଭାରତୀୟ ସେନା ପକ୍ଷରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଘାଟିରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାକିସ୍ତାନ ଲଗାତାର ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରୁଛି । ଏହା ପୂର୍ବରୁ ମଧ୍ୟ ରବିବାର ସକାଳ ପ୍ରାୟ ୧୦ଟା ସମୟରେ ପୁଞ୍ଛର ଶାହପୁର ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ମୋର୍ଟାର ମାଡ଼ କରାଯାଇଥିଲା ।