ଅଖନୁର(ଜମ୍ମୁ ଓ କାଶ୍ମୀର):ଭାରତ ଯେତେ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ଜବାବ ଦେଲେ ମଧ୍ୟ ପାକିସ୍ତାନ ସୁଧୁରୁନି। ନିୟନ୍ତ୍ରଣ ରେଖା(ଏଲଓସି)ରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି। ସୋମବାର ଭୋର ରାତିରୁ ପାକ୍ ସେନା ଅଖନୁର ସେକ୍ଟରରେ ଗୁଳିମାଡ କରିଛନ୍ତି।
ରିପୋର୍ଟ ଅନୁସାରେ ଜମ୍ମୁ ଓ କାଶ୍ମୀରର ଅଖନୁର ସେକ୍ଟରରେ ଭୋର 3ଟାରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ଭାରତୀୟ ସେନାକୁ ଲକ୍ଷ୍ୟ କରି ଏହି ଗୁଳିମାଡ ହୋଇଥିଲା। ତେବେ ଭାରତୀୟ ଯବାନ ଏହାର ସଠିକ ଜବାବ ଦେଇଛନ୍ତି । ପାକିସ୍ତାନ ଗୁଳିମାଡ କରିବା ପରେ ଭାରତୀୟ ସେନା ମଧ୍ୟ ଜବାବରେ ଗୁଳି ଚଳାଇଥିଲେ ।
#Correction: Pakistan violated ceasefire in Akhnoor sector at 3 am today. Indian Army retaliated effectively. Firing* stopped at 6:30 am. #JammuAndKashmir https://t.co/c3PnTVbBes
— ANI (@ANI) March 4, 2019 " class="align-text-top noRightClick twitterSection" data="
">#Correction: Pakistan violated ceasefire in Akhnoor sector at 3 am today. Indian Army retaliated effectively. Firing* stopped at 6:30 am. #JammuAndKashmir https://t.co/c3PnTVbBes
— ANI (@ANI) March 4, 2019#Correction: Pakistan violated ceasefire in Akhnoor sector at 3 am today. Indian Army retaliated effectively. Firing* stopped at 6:30 am. #JammuAndKashmir https://t.co/c3PnTVbBes
— ANI (@ANI) March 4, 2019
ସୂଚନାନୁସାରେ ସକାଳ 6ଟା 30 ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଏହି ଗୁଳି ବିନିମୟ ଚାଲିଥିଲା । ଏହାପରେ ଏହା ବନ୍ଦ ହୋଇଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ଆକ୍ରମଣ ପରେ ଏପର୍ଯ୍ୟନ୍ତ ପାକିସ୍ତାନ 4 ଥର ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିସାରିଲାଣି।