ETV Bharat / bharat

ଜମ୍ମୁ-କାଶ୍ମୀରର ନୂଆ ମାନଚିତ୍ର ଦେଖି ବିଗିଡିଲା ପାକ୍‌ - ଜମ୍ମୁ-କାଶ୍ମୀରର ନୂଆ ମାନଚିତ୍ରରେ ପାକ୍‌ର ପ୍ରତିକ୍ରିୟା

ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଦୁଇଟି ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିବା ପରେ ଶନିବାର ଦେଶର ନୂଆ ମାନଚିତ୍ର ଜାରି କରିଥିଲେ ସରକାର । ଯାହାକୁ ସ୍ବୀକାର କରିବାକୁ ମନା କରିଛି ପାକ୍‌ ।

ଫାଇଲ ଫଟୋ
author img

By

Published : Nov 3, 2019, 7:45 PM IST

ଇସଲାମାବାଦ: ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଦୁଇଟି ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିବା ପରେ ଶନିବାର ଦେଶର ନୂଆ ମାନଚିତ୍ର ଜାରି କରିଥିଲେ ସରକାର । ତେବେ ଭାରତର ନୂଆ ମାନଚିତ୍ରରେ ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ର 2 ଟି ଜିଲ୍ଲାକୁ ସାମିଲ କରାଯାଇଛି । ଯାହାକୁ ନେଇ ପ୍ରତିକ୍ରିୟା ଦେଇଛି ପାକିସ୍ତାନ ।

ରବିବାର ପାକିସ୍ତାନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଗିଲଗିଟ-ବାଲ୍ଟିସ୍ତାନ ଏବଂ ପିଓକେର ଅନ୍ୟ ଅଂଶକୁ ଭାରତୀୟ ଅଧିକାର କ୍ଷେତ୍ରରେ ଦେଖାଯାଇଥିବା ଜମ୍ମୁ-କାଶ୍ମୀରର ନୂଆ ମାନଚିତ୍ରକୁ ପାକିସ୍ତାନ ଖାରଜ କରୁଛି । ନଭେମ୍ବର 2 ରେ ଭାରତ ଦ୍ବାରା ଜାରି ହୋଇଥିବା ମାନଚିତ୍ର ଭୁଲ ଅଟେ । ଏହା ଆଇନ ଅନୁଯାୟୀ ଅବୈଧ ଏବଂ ଅମାନ୍ୟ ଅଟେ । ଏହା ମିଳିତ ଜାତିସଙ୍ଘର ମାନଚିତ୍ର ସହ ମେଳ ଖାଉନଥିବା କୁହାଯାଇଛି ।

ଏହା ସହିତ ବୟାନରେ କୁହାଯାଇଛି, ଭାରତ ଦ୍ବାରା ଉଠାଯାଇଥିବା କୌଣସି ପଦକ୍ଷେପ ଜମ୍ମୁ-କାଶ୍ମୀରର ବିବାଦୀୟ କ୍ଷେତ୍ରର ସ୍ଥିତିକୁ ବଦଳାଇ ପାରିବନାହିଁ । ଜମ୍ମୁ-କାଶ୍ମୀର ଲୋକଙ୍କୁ ମିଳିତ ଜାତିସଙ୍ଘଠାରୁ ମିଳୁଥିବା ସ୍ବ-ସଂକଳ୍ପର ଅଧିକାର ତାଙ୍କଠାରୁ ଛଡାଯାଇ ପାରିବ ନାହିଁ ।

Intro:Body:

BLANK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.