ETV Bharat / bharat

ଏସସିଓ ବୈଠକ ପାଇଁ ଭାରତ ଆସିବେନି ଇମ୍ରାନ ଖାନ ! - imran khan may not attend sco meeting

ଚଳିତ ବର୍ଷ ଭାରତରେ ଆୟୋଜିତ ସଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକରେ ଯୋଗଦେବା ଲାଗି ଭାରତ ଆସିନପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ ନିଜ ସ୍ଥାନରେ କୌଣସି ମନ୍ତ୍ରୀଙ୍କୁ ପଠାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

imran khan
ଇମ୍ରାନ ଖାନ
author img

By

Published : Jan 16, 2020, 10:54 PM IST

ଇସଲାମାବାଦ: ଚଳିତ ବର୍ଷ ଭାରତରେ ଆୟୋଜିତ ସଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକରେ ଯୋଗଦେବା ଲାଗି ଭାରତ ଆସିନପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ ନିଜ ସ୍ଥାନରେ କୌଣସି ମନ୍ତ୍ରୀଙ୍କୁ ପଠାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ବାଲାକୋଟ ଏୟାର ଷ୍ଟ୍ରାଇକ ପର ଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଇମ୍ରାନ ଖାନଙ୍କର ଭାରତ ଆସିବା ତାଙ୍କପାଇଁ କଷ୍ଟକର ହେବ । ତେଣୁ ଏହି ବୈଠକରେ ସେ ବୈଦେଶିକ ମନ୍ତ୍ରୀଙ୍କୁ ପଠାଇପାରନ୍ତି ବୋଲି ଜଣା ପଡିଛି ।

ଚୀନର ଅଧ୍ୟକ୍ଷତାରେ ଏସସିଓର ସ୍ଥାପନା 2001 ମସିହାରେ ହୋଇଥିଲା । ଏସସିଓର 8 ସଦସ୍ୟ ମଧ୍ୟରେ ଭାରତ, ଚୀନ, କାଜାକିସ୍ତାନ, କିର୍ଗିଜସ୍ତାନ, ଋଷ, ପାକିସ୍ତାନ, ତାଜାକିସ୍ତାନ ଏବଂ ଉଜବେକିସ୍ତାନ ରହିଛନ୍ତି । ଭାରତ ଏବଂ ପାକିସ୍ତାନକୁ ଏଥିରେ 3 ବର୍ଷ ପୂର୍ବେ ସଦସ୍ୟତା ଦିଆଯାଇଥିଲା । ଗତବର୍ଷ ଏହି ବୈଠକ କିର୍ଗିଜସ୍ତାନରେ ଆୟୋଜିତ ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦକୁ ସମର୍ଥନ, ପ୍ରତ୍ସୋହନ ଏବଂ ସହାୟତା ଦେବାନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପରୋକ୍ଷ ଭାବରେ ଆକ୍ରମଣ କରିଥିଲେ । ସେହି ସମୟରେ ମୋଦି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଲଢେଇରେ ଆନ୍ତର୍ଜାତିକ ସହଯୋଗର ଦାବି ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏହି ସମ୍ମିଳନୀ ଭାରତରେ ଆୟୋଜିତ ହେବ । ଏନେଇ ଭାରତ ପକ୍ଷରୁ ପାକିସ୍ତାନ ସମେତ ସମସ୍ତ ସଦସ୍ୟ ଦେଶକୁ ଆମନ୍ତ୍ରିତ କରାଯିବ ।

ଉଚ୍ଚଶିକ୍ଷାରେ ଆରମ୍ଭ ହେବ ମୋ ମହାବିଦ୍ୟାଳୟ ଯୋଜନା

ଭୁବନେଶ୍ବର () ମୋ ସ୍କୁଲ ଭଲି ଉଚ୍ଚଶିକ୍ଷାରେ ଆରମ୍ଭ ହେବ ମୋ କଲେଜ କାର୍ଯ୍ୟକ୍ରମ । ଉଚ୍ଚଶିକ୍ଷାର ମାନବୃଦ୍ଧି ଓ ସରକାରୀ ମହାବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ ବୃଦ୍ଧି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହାଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ନିଜ ନିଜ ମହାବିଦ୍ୟାଳୟର ବିକାଶରେ ସହଭାଗୀ ହୋଇପାରିବେ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ଉଚ୍ଚଶିକ୍ଷାର ମାନ ହ୍ରାସ ପାଉଛି ସମ୍ପର୍କିତ ମଲତବି ପ୍ରସ୍ତାବ ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଘରୋଇକରଣର ପ୍ରଭାବକୁ ଦାୟୀ କରିଥିଲେ । ନବେ ଦଶକରେ ଦେଶରେ ଜଗତିକରଣ, ଘରୋଇକରଣ ଏବଂ ଉଦାରୀକରଣ ପରେ ଶିକ୍ଷାର ଘରୋଇକରଣ ଆରମ୍ଭ ହୋଇଛି । ଘରୋଇ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କଠୋର ପରିଚାଳନା ଯୋଗୁଁ ସେଠାରେ ଶିକ୍ଷାଦାନର ମାନ ବଢୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ମହାବିଦ୍ୟାଳୟରେ ଅଧ୍ୟାପକମାନେ ଅତିକମରେ 7 ଘଣ୍ଟା ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ୟୁଜିସି ନିୟମାବଳୀ ମଧ୍ୟ ଏହା କହୁଛି । ୟୁଜିସି ନିୟମାବଳୀ ଅନୁଯାୟୀ ସପ୍ତାହକୁ ଅଧ୍ୟାପକମାନେ ସର୍ବନିମ୍ନ 40 ଘଣ୍ଟା ପାଠପଢାଇବେ । ଏହ ହାରରେ ଦେଖିଲେ ଦୈନିକ 7 ଘଣ୍ଟା ଅଧ୍ୟାପକମାନେ ପାଠପଢାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି ସେ କହିଛନ୍ତି ।

ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଓ ପ୍ରଫେସର ପଦବୀ ବହୁ ସଂଖ୍ୟାରେ ଖାଲି ପଡିଥିବା ନେଇ ସ୍ପଷ୍ଟିକରଣ ଦେବାକୁ ଯାଇ ସେ କହିଥିଲେ ଯେ, ଏକ ଆଇନଗତ ବାଧ୍ୟବାଧକତା ଯୋଗୁଁ ୟୁଜିସି ଗତବର୍ଷ ପର୍ଯ୍ୟନ୍ତ ଅଧ୍ୟାପକ ନିଯୁକ୍ତି ଉପରେ କଟକଣା କରିଥିଲେ । ଏବେ ସେହି କଟକଣା କୋହଳ ହେବା ପରେ ଓପିଏସସି ଜରିଆରେ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ତାଲିକା ପ୍ରଦାନ କରିଥିବା ସେ କହିଛନ୍ତି ।

ସେପଟେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟରେ ଉଚ୍ଚଶିକ୍ଷା ମାନ ଧିରେ ଧିରେ ହ୍ରାସ ପାଉଥିବା ନେଇ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି । ବ୍ରିଟିସ ଶାସନ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟ ବିଶ୍ବର 10ଟି ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଉଥିବା ବେଳେ ଏବେ 100 ବିଶ୍ବବିଦ୍ୟାଳୟ ମଧ୍ୟରେ ଆସୁନି । ବିଭିନ୍ନ ମହାବିଦ୍ୟାଳୟରେ 1751 ଅଧ୍ୟାପକ ପଦବୀ ଖାଲି ଥିବା ବେଳେ 426ଟି ପ୍ରଫେସର ପଦବୀ ଖାଲି ପଡିଛି ବୋଲି ଅଭିଯୋଗ କରିଥିଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ । ଉଚ୍ଚଶିକ୍ଷାରେ ଆଇନ ପାଠ୍ୟକ୍ରମକୁ ଉପଯୁକ୍ତ ମାନ୍ୟତା ମିଳୁନଥିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦବେଗ ପ୍ରକାଶ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ସବୁ ଆଇନ ମହାବିଦ୍ୟାଳୟକୁ ଅନୁଦାନ ଦେବା କଥା । କିନ୍ତୁ ସରକାର ଏନେଇ ସୁପ୍ରିମକୋର୍ଟ ଯାଇଥିବାରୁ କୌଣସି ଆଇନ ମହାବିଦ୍ୟାଳୟକୁ ଅନୁଦାନ ମିଳୁନି ।

ବାଇଟ – ବିଷ୍ଣୁ ସେଠୀ, ବିଜେପି ବିଧାୟକ

ବାଇଟ – ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ବାଇଟ – ଅରୁଣ ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀ

All bytes sent in LiveU

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.