ଇସଲାମାବାଦ: ପାକିସ୍ତାନ ଟିଭି ଚ୍ୟାନେଲରେ ଭାରତର ଜାତୀୟ ପତାକା ’ତ୍ରିରଙ୍ଗା’ ଦେଖିବାକୁ ମିଳିଛି । ଡନ ନାମକ ନ୍ୟୁଜ ଚ୍ୟାନେଲରେ ପ୍ରସାରଣ ସମୟରେ ହ୍ୟାକର ସାଇବର ଆଟାକ କରିଥିବା ଜଣାପଡିଛି ।
ରବିବାର ଅପରାହ୍ନ 3ଟା 30 ସମୟରେ ନ୍ୟୁଜ ଚ୍ୟାନେଲରେ ବିଜ୍ଞାପନ ପ୍ରସାରଣ ଚାଲିଥିଲା। ଏହି ସମୟରେ ହଠାତ ଟିଭି ସ୍କ୍ରିନରେ ତ୍ରିରଙ୍ଗା ଉଡୁଥିବାର ଦେଖିବାକୁ ମିଳିଥିଲା । ଯେଉଁଥିରେ ସ୍ବାଧୀନତା ଦିବସର ଶୁଭେଚ୍ଛା ବାର୍ତ୍ତା ଥିଲା । ତେବେ ପ୍ରସାରଣର କିଛି ସମୟରେ ଏହା ଟିଭି ସ୍କ୍ରିନରୁ ଉଭାନ ହୋଇଥିଲା ।
ଏହା କେତେ ସମୟ ପାଇଁ ପ୍ରସାରିତ ହୋଇଥିଲା ସେନେଇ ସମ୍ପୃକ୍ତ ଚ୍ୟାନେଲ ପକ୍ଷରୁ କୌଣସି ମିଳି ପାରିନାହିଁ । ଡନ ନ୍ୟୁଜ ଚ୍ୟାନେଲ ଆଇଟି ଟିମକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଉର୍ଦ୍ଦୂରେ ଟ୍ବିଟ କରି ସୂଚନା ଦେଇଛନ୍ତି ।