ETV Bharat / bharat

ସିଦ୍ଧୁ ପିନ୍ଧିଛନ୍ତି ପାକିସ୍ତାନ ପତାକା ପଗଡି !

ଚର୍ଚ୍ଚାରେ ସିଦ୍ଧୁ । ମୁଣ୍ଡରେ ପିନ୍ଧିଛନ୍ତି ପାକିସ୍ତାନ ପତାକାର ପଗଡି । ଯେଉଁ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

author img

By

Published : Jul 2, 2019, 4:56 PM IST

Updated : Jul 3, 2019, 9:28 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଚର୍ଚ୍ଚାରେ ରହିବା ପାଇଁ ଅନେକ ସମୟରେ ସିଦ୍ଧୁ ବିବାଦୀୟ ବୟାନ ଦେଇଥାନ୍ତି । ହେଲେ ଚଳିତ ଥର କୌଣସି ବିବାଦୀୟ ବୟାନ ନୁହେଁ ବରଂ ମୁଣ୍ଡରେ ପାକିସ୍ତାନ ପତାକା ପଗଡି ପିନ୍ଧି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଯେଉଁ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ସିଦ୍ଧୁଙ୍କ ଏହି ଫଟୋକୁ ପାକିସ୍ତାନ ଶିଖ ଗୁରୁଦ୍ବାର ପ୍ରବନ୍ଧକ କମିଟିର ମହାସଚିବ ଗୋପାଲ ସିଂ ଚାୱଲା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ ସେଥିରେ କ୍ୟାପସନ ରହିଛି" ଦିସ ସୁଡ ବି ସେଣ୍ଟ ଟୁ ଇଣ୍ଡିଆ" । ଯାହା ବର୍ତ୍ତମାନ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଚର୍ଚ୍ଚାର ଶିରୋନାମା ପାଲଟିଛି । କିନ୍ତୁ ଯାଞ୍ଚ ପରେ ଶୁଣିବାକୁ ମିଳୁଛି ଏହି ଫଟୋଟିକୁ ଫଟୋସପରେ ଏଡିଟିଙ୍ଗ କରି ସେୟାର କରାଯାଇଛି ।

ଖବର ଅନୁଯାୟୀ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଶପଥଗ୍ରହଣ ବେଳେ ସିଦ୍ଧୁ ପାକିସ୍ତାନ ଗସ୍ତରେ ଯାଇଥିଲେ । ସେଠାରେ ସେ ଗୋପାଲ ସିଂ ଚାୱଲାଙ୍କୁ ମଧ୍ୟ ଆଲିଙ୍ଗନ କରିଥିବା ବେଳେ ଏବେ ସେ ଗୋପାଲ ସିଂଙ୍କୁ ଚିହ୍ନିନଥିବା ପ୍ରକାଶ କରିଛନ୍ତି ।

Intro:Body:

sdfsf

Conclusion:
Last Updated : Jul 3, 2019, 9:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.