ETV Bharat / bharat

ଲଗାତାର ଦ୍ବିତୀୟ ଦିନ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ

ପୁଞ୍ଚର ଶାହାପୁର ଓ କିର୍ଣ୍ଣି ସେକ୍ଟରର ଏଲଓସିରେ ପାକ ସେନା ଗୁରୁବାର ଗୁଳିମାଡ କରିଛି । ଅପରାହ୍ନ 5ଟା 45ରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ଅଧିକ ପଢନ୍ତୁ...

ଲଗାତାର ଦ୍ବିତୀୟ ଦିନ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ
ଲଗାତାର ଦ୍ବିତୀୟ ଦିନ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ
author img

By

Published : Apr 9, 2020, 7:09 PM IST

ପୁଞ୍ଚ: ଦେଶରେ ଲକଡାଉନ ପରିସ୍ଥିତି ଥିବାବେଳେ ସୀମାରେ ପାକିସ୍ତାନ ନିଜ ଔଦ୍ଧତାମି ଜାରି ରଖିଛି । ଲଗାତାର ଦ୍ବିତୀୟ ଦିନ ପାକ୍‌ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଏହି ଘଟଣା ଘଟିଛି ।

ପୁଞ୍ଚର ଶାହାପୁର ଓ କିର୍ଣ୍ଣି ସେକ୍ଟରର ଏଲଓସିରେ ପାକ ସେନା ଗୁରୁବାର ଗୁଳିମାଡ କରିଛି । ଅପରାହ୍ନ 5ଟା 45ରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ଗୁଳି ସହ ସୀମାକୁ ପାକ୍‌ ପକ୍ଷରୁ ମୋର୍ଟାର ମାଡ ମଧ୍ୟ ହୋଇଛି । ଭାରତୀୟ ସେନା ଏହାର ଦୃଢ ଜବାବ ଦେଇଛି ।

ବୁଧବାର ରାତିରେ ମଧ୍ୟ ପାକିସ୍ତାନ ପକ୍ଷରୁ ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା । ରାତି ପ୍ରାୟ 8ଟା 45ରେ ରଜୌରୀ ସେକ୍ଟରର କିଛି ଅଞ୍ଚଳକୁ ଗୁଳିମାଡ କରିଥିଲା ପାକ୍‌ । ଏହାସହ ଛୋଟ ଛୋଟ ମୋର୍ଟାର ମଧ୍ୟ ମାଡ କରିଥିଲା ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.