ଶ୍ରୀନଗର: ପରିସ୍ଥିତିର ଫାଇଦା ଉଠାଉଛି ପାକିସ୍ତାନ । ଦେଶର ନଜର ଏବେ କୋରୋନା ଉପରେ ଥିବାବେଳେ ପାକିସ୍ତାନର ହରକତ ସେନାକୁ ଅଧିକ ଟେନସନ ଦେଇଛି । ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପଡୋଶୀ ଦେଶ ।
ମଙ୍ଗଳବାର ପୁଣି ପାକିସ୍ତାନ ଗୁଳିମାଡ କରିଛି । ରାତି ପ୍ରାୟ 9ଟା 15ରେ ପାକ୍ ପକ୍ଷରୁ ଏହି ଗୁଳିମାଡ ହୋଇଛି । ଗୁଳି ସହ ପାକ୍ ଛୋଟ ଛୋଟ ମୋର୍ଟାର ମଧ୍ୟ ମାଡ କରିଥିଲା । ପୁଞ୍ଚର ବାଲାକୋଟ ଓ ମେନ୍ଧାର ସେକ୍ଟରର ଏଲଓସି ନିକଟରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି ।
ତେବେ ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଉଛି । ପୂର୍ବରୁ ଗତ ସପ୍ତାହେ ଭିତରେ ପାକିସ୍ତାନ 5ରୁ ଅଧିକ ଥର ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପ୍ରତିଥର ସମାନ ଜାଗାରେ ପାକ୍ ପକ୍ଷରୁ ଗୁଳିମାଡ ହେଉଛି । ଅନେକ ଦିନ ଶାନ୍ତ ଥିବା ପାକିସ୍ତାନ ନିକଟରେ ବହୁତ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ।
ସୌଜନ୍ୟ@ANI