ETV Bharat / bharat

ଲକଡାଉନବେଳେ ପାକ୍‌ର ବଦମାସୀ, ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Apr 9, 2020, 12:12 AM IST

ବୁଧବାର ରାତିରେ ଜମ୍ମୁ ଓ କାଶ୍ମୀର ସୀମାରେ ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍‌ । ରାତି ପ୍ରାୟ 8ଟା 45ରେ ରଜୌରୀ ସେକ୍ଟରର କିଛି ଅଞ୍ଚଳକୁ ଗୁଳିମାଡ କରିଛି । ଅଧିକ ପଢନ୍ତୁ...

ଲକଡାଉନବେଳେ ପାକ୍‌ର ବଦମାସୀ, ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ
ଲକଡାଉନବେଳେ ପାକ୍‌ର ବଦମାସୀ, ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ

ଶ୍ରୀନଗର: ଗୋଟିଏ ପଟେ ଦେଶରେ କୋରୋନା ଭୟ ଜାରି ରହିଛି । ସରକାରଙ୍କଠାରୁ ପୋଲିସ ସମସ୍ତେ ଏହି ମହାମାରୀ ବିରୋଧରେ ଲଢିବାର ପ୍ରୟାସ ଜାରି ରଖିଛନ୍ତି । ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି । ଏପରିକି ପଡୋଶୀ ଦେଶରେ ମଧ୍ୟ ଏହି ମହାମାରୀ ନିଜ ଆତଙ୍କ ଜାରି ରଖିଛି ।

କିନ୍ତୁ ଏସବୁର ଫରକ ପାକିସ୍ତାନ ସେନା ଉପରେ ପଡିବାର ସାମାନ୍ୟତମ ଲକ୍ଷଣ ଦେଖାଯାଉନାହିଁ । ଭାରତର ଏପରି ପରିସ୍ଥିତିର ଫାଇଦା ଉଠାଉଛି ପାକ୍‌ । ନିକଟରେ ପାକ ସମର୍ଥିତ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ମାରିଥିଲେ ଭାରତୀୟ ସେନା । ତଥାପି ସୁଧୁରୁନି ପାକିସ୍ତାନ । ପୁଣି ବୁଧବାର ରାତିରେ ଜମ୍ମୁ ଓ କାଶ୍ମୀର ସୀମାରେ ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍‌ । ବୁଧବାର ରାତି ପ୍ରାୟ 8ଟା 45ରେ ରଜୌରୀ ସେକ୍ଟରର କିଛି ଅଞ୍ଚଳକୁ ଗୁଳିମାଡ କରିଛି । ଏହାସହ ଛୋଟ ଛୋଟ ମୋର୍ଟାର ମଧ୍ୟ ମାଡ କରିଥିବା ସୂଚନା ରହିଛି ।

ତେବେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡା ଜବାବ ଦିଆଯାଇଛି । ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ଭାରତୀୟ ସେନା ପକ୍ଷରୁ ନିନ୍ଦା କରାଯାଇଛି । ଏପରି ସମୟରେ ମାଓବାଦୀ ଓ ଆତଙ୍କବାଦୀ ସଙ୍ଗଠନ ଅସ୍ତ୍ରବିରତି କରିଥିବାବେଳେ ପାକ୍‌ ସେନାଙ୍କ ଏହି ଔଦ୍ଧତ୍ୟକୁ ନିନ୍ଦା କରିଛି ଭାରତ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.