ETV Bharat / bharat

ପୁଣି ପାକ୍‌ର ଯୁଦ୍ଧ ଚେତାବନୀ

ପୁଣି ଭାରତକୁ ଯୁଦ୍ଧ ଧମକ । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶି ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି । ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।

author img

By

Published : Aug 27, 2019, 12:47 PM IST

ଫାଇଲ ଫଟୋ

ଲାହୋର: ଧାରା 370 ଉଚ୍ଛେଦ ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ଶତ୍ରୃରାଷ୍ଟ ପାକିସ୍ତାନ । ଅନ୍ତରାଷ୍ଟ୍ରୀୟ ସ୍ତରରେ ନିରାଶ ହେବା ପରେ ମଧ୍ୟ ଭାରତକୁ ଯୁଦ୍ଧ ଧମକ ଦେବାରେ ପଛାଉନି । ତେବେ ପୁଣି ଥରେ ପାକ୍ ବୈଦେଶିକ ମନ୍ତ୍ରୀ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି । ସେ ଭାରତକୁ ଧମକ୍ ଦେବାକୁ ଯାଇ କହିଛନ୍ତି ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଟେ ।

ଇସଲାମବାଦରେ କାଶ୍ମୀର ପ୍ରସଙ୍ଗରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶି । ସେ କହିଛନ୍ତି, କାଶ୍ମୀରବାସୀଙ୍କ ପାଇଁ ପାକିସ୍ତାନ କିଛି ବି କରିପାରେ । ଭାରତ ଜମ୍ମୁକାଶ୍ମୀରରୁ ବେଆଇନ ଭାବେ ଧାରା 370 ଉଚ୍ଛେଦ କରି ଅଶାନ୍ତି ସୃଷ୍ଟି କରିଛି । ଏପରିକି ଭାରତ- ପାକ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଆମେ ଏଥିପାଇଁ ପ୍ରସ୍ତୁତ ।

ଏହାସହ କ୍ୟୁରେଶି ଆହୁରି କହିଛନ୍ତି, କାଶ୍ମୀର ପ୍ରସଙ୍ଗ ଆମେ ଆସନ୍ତା ମାସରେ ହେବାକୁ ଥିବା ସଂଯୁକ୍ତ ମହାସଭାରେ ଉଠାଇବୁ । ତେବେ କହିରଖୁଛୁ କାଶ୍ମୀର ପ୍ରସଙ୍ଗକୁ ନେଇ ପାକକୁ ବିଭିନ୍ନ ଆଡୁ ଝଟ୍‌କା ପରେ ଝଟ୍‌କା ମିଳୁଛି ତଥାପି ସୁଧୁରିବାର ନାଁ ଧରୁନି ପାକ୍ ।

Intro:ଲଙ୍ଗୁଳି ମଠ ଉଛେଦ ପ୍ରକ୍ରିୟା ଆରମ୍ଭ

Body:ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ଥିବା ଲଙ୍ଗୁଳି ମଠ ର ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ମଠ ଭିତରେ ଥିବା ସାମଗ୍ରୀ ଗୁଡିକୁ କଢାଯାଉଛି। ଏହା ପରେ jcb ମେସିନ ଦ୍ୱାର ଉଛେଦ କରାଯିବ। ମଠ ଭିତରେ ମେସିନ ସାହାଯ୍ୟ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି।ଏହି ଉଛେଦ ପାଇଁ 10 ପ୍ଲାଟୁନ ପୋଲିସ ଫୋର୍ସ ସମେତ ପୁରୀ ଯିଲପାଳ ଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି। ଗତକାଲି ଏଠାରେ ଥିବା ଦୋକାନ ଘର ଗୁଡ଼ିକ ଖାଲି କରାଯାଇଥିଲା। ତେବେ ଲଙ୍ଗୁଳି ମଠ ବିପଦ ଶଙ୍ଖୁଲ ହୋଇ ଥିବା ହେତୁ ଏହା ଉଛେଦ ହେଉଥିବା ପୁରୀ ଜିଲାପାଳ କହିଛନ୍ତି । ଏହାର ଉଛେଦ ପରେ ଏମାର ମଠ ଉଛେଦ କରାଯିବ। ଅନ୍ୟପଟେ ଶ୍ରୀମନ୍ଦିର ଚାରି ପଟେ ଥିବା 75 ମିଟର ଯାଏ ଏହି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇ ଥିବା ଏକ ପ୍ରକାର ଚର୍ଚ୍ଚା ଲାଗି ରହିଛି।

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.