ETV Bharat / bharat

ରାସ୍ତାରେ ପାକିସ୍ତାନ ପତାକାର ଚିତ୍ର

ପାକିସ୍ତାନର ଆତଙ୍କବାଦୀଙ୍କୁ ପଛୁଆ ସମର୍ଥନକୁ ସବୁ ଆଡୁ ନିନ୍ଦା କରାଯାଇଛି

author img

By

Published : Feb 19, 2019, 11:39 PM IST

ଫଟୋ ସୌଜନ୍ୟ: ଏଏନଆଇ

ରାୟପୁର: ପାକିସ୍ତାନର ଆତଙ୍କବାଦୀଙ୍କୁ ପଛୁଆ ସମର୍ଥନକୁ ସବୁ ଆଡୁ ନିନ୍ଦା କରାଯାଇଛି । ଆଉ ବିରୋଧର ଏହି ସ୍ୱର ଏବେ ସବୁ ଭାରତୀୟଙ୍କ ରକ୍ତରେ ପ୍ରବାହିତ ହେଉଛି । ଫଳସ୍ୱରୂପ ଛତିଶଗଡ଼ର ରାୟପୁରର ଜଣେ ଚିତ୍ରଶିଳ୍ପୀ ଏବେ ନିଆରା ଉଦ୍ୟମ କରିଛନ୍ତି ।

ସେ ରାସ୍ତାରେ ଆଙ୍କିଛନ୍ତି ପାକିସ୍ତାନର ବାନା । ପାକିସ୍ତାନ ପତାକାକୁ ରାସ୍ତା ଉପରେ ଆଙ୍କି ମୁର୍ଦାବାଦ ବୋଲି ଲେଖାଯାଇଛି । ଏହି ଚିତ୍ରଶିଳ୍ପୀ ଜଣକ ହେଉଛନ୍ତି ବିନୋଦ କୁମାର ପଣ୍ଡା ।

ବିନୋଦଙ୍କ ସହଯୋଗୀମାନେ ମିଶି ରାସ୍ତା ଉପରେ ଏଭଳି ପ୍ରତିବାଦ କରିଛନ୍ତି । ଏଠାରେ ସୂଚନା ଥାଉ କି ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ସାରା ଦେଶରେ ଏବେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରତି ଦୃଢ ଆଭିମୁଖ୍ୟ ନେବାକୁ ଦେଶବାସୀ ଦାବି କରୁଛନ୍ତି ।

ଆଉ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପାକିସ୍ତାନକୁ ଦୃଢ ଜବାବ ଦିଆଯିବ ବୋଲି କହିଛନ୍ତି । ଗତ ୧୪ ତାରିଖ ଦିନ ପୁଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ।

Intro:Body:

ବଙ୍ଗୋପସାଗରରେ ଭୂକମ୍ପ, ଚେନ୍ନାଇରେ ମୃଦୁ ଝଟକା

ନୂଆଦିଲ୍ଲୀ: ମଙ୍ଗଳବାର ସକାଳ ପ୍ରାୟ 7.02 ମିନିଟ୍‌ରେ ବଙ୍ଗୋପସାଗରରେ ଭୂ-କମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ 5.1 ରହିଥିଲା । ୟୁଏସ୍‌ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଏହି ଭୂକମ୍ପର ଉତ୍ପତ୍ତିସ୍ଥଳ ସମୂଦ୍ରସ୍ତରଠାରୁ 10 କିଲୋମିଟର ତଳେ ରହିଥିଲା ଏବଂ ଏହା ଚେନ୍ନାଇଠାରୁ 609 କିଲୋମିଟର ଦୂରରେ ସ୍ଥଳଭାଗ ଛୁଇଁଥିଲା ।  

ଚେନ୍ନାଇବାସୀ ଏହି ଭୂକମ୍ପର ମୃଦୁ ଝଟକା ଅନୁଭବ କରିଥିବା ଜଣାପଡିଛି । ଯାହା ସେମାନେ ସୋସିଆଲ ମିଡିଆରେ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ସେହିପରି ଚଳିତ ମାସ ଆରମ୍ଭରେ ଜମ୍ମୁ ଓ କଶ୍ମୀରରେ 5.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ପ୍ରଭାବରେ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ପାକିସ୍ତାନର ଇସ୍‌ଲାମାବାଦ ଓ ଆଫଗାନିସ୍ତାନରେ ମଧ୍ୟ ମୃଦୁ ଝଟକା ଅନୁଭୂତ ହୋଇଥିଲା ।

ଏହି ଭୂକମ୍ପର ଉତ୍ପତ୍ତିସ୍ଥଳ ଉତ୍ତରପଶ୍ଚିମ କଶ୍ମୀରଠାରୁ 40 କିଲୋମିଟରରେ ଦୂରରେ ଥିଲା ବୋଲି ଜଣାପଡିଥିଲା । ତେବେ ଜାନୁଆରୀ 17ରେ ମଧ୍ୟ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ 6.0 ରହିଥିଲା । ଇଣ୍ଡିଆନ ନ୍ୟାସ୍‌ନାଲ ସେଣ୍ଟର ଫର୍‌ ଓସେନ୍ ଇନ୍‌ଫର୍ମେସନ୍‌ ସର୍ଭିସେସ୍‌(ଆଇଏନ୍‌ସିଓଆଇଏସ୍) ଅନୁଯାୟୀ ଏହି ଭୂକମ୍ପ ସୁନାମିରେ ପରିଣତ ହେବ ନାହିଁ । କାରଣ ଏହାଦ୍ବାରା ସାମୂଦ୍ରିକ ଜଳସ୍ତରରେ ଉତ୍‌ଥାନ ହୋଇନାହିଁ । 

ତେଣୁ ଏହି ଭୂକମ୍ପରେ ସାଧାରଣ ଲୋକେ ଭୟଭୀତ ହେବାର କିଛି ନାହିଁ ବୋଲି ସୂଚନା ଦିଆଯାଇଛି । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.