ETV Bharat / bharat

କରତାରପୁର କରିଡର ପ୍ରସଙ୍ଗରେ ବେପରୁଆ ପାକିସ୍ତାନ

କରତାରପୁର ସାହିବ୍‍ କରିଡରର କାର୍ଯ୍ୟାନ୍ବୟନର ରୂପରେଖ ଚୂଡାନ୍ତ କରିବା ପାଇଁ ଅଗଷ୍ଟ ପ୍ରଥମ ସପ୍ତାହରେ ପାକ୍‌ ସହ ଟେକନିକାଲ ସ୍ତରରେ ବୈଠକ କରିବାର ପ୍ରସ୍ତାବ ଦେଇଥିଲା ଭାରତ । କିନ୍ତୁ ପାକ୍‌ ପକ୍ଷରୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଜବାବ ଦେଇନାହିଁ  ।

ଫାଇଲ ଫଟୋ
author img

By

Published : Aug 11, 2019, 12:40 AM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଭୋକ ବିକଳରେ ତାଟିଆ କାମୁଡିଲା ଭଳି ହେଉଛି ପଡୋଶୀ ଦେଶ ପାକିସ୍ତାନ । ଏହି ପ୍ରସଙ୍ଗକୁ ନେଇ ଲଗାତାର ଭାରତ ଉପରେ ଚାପ ପକାଇବାକୁ ପ୍ରୟାସ କରୁଛି ପକ୍‌ । ଭାରତ ସହ ବ୍ୟାପାରିକ ସମ୍ବନ୍ଧ ଛିନ୍ନ କରିବା ପରେ ଏବେ କରତାରପୁର କରିଡରକୁ ନେଇ କୌଣସି ପ୍ରତିକ୍ରିୟା ଦେଉନାହିଁ ପାକ୍‌ ।

କରତାରପୁର ସାହିବ୍‍ କରିଡରର କାର୍ଯ୍ୟାନ୍ବୟନର ରୂପରେଖ ଚୂଡାନ୍ତ କରିବା ପାଇଁ ଅଗଷ୍ଟ ପ୍ରଥମ ସପ୍ତାହରେ ପାକିସ୍ତାନ ସହ ଟେକନିକାଲ ସ୍ତରରେ ବୈଠକ କରିବାର ପ୍ରସ୍ତାବ ଦେଇଥିଲା ଭାରତ । କିନ୍ତୁ ପାକ୍‌ ପକ୍ଷରୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଜବାବ ଆସିନଥିବା ସୂଚନା ମିଳିଛି ।

ଏହି ବୈଠକରେ ତୀର୍ଥଯାତ୍ରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେବାର ଥିଲା । ଏହା ସହିତ କରତାରପୁର କରିଡର ଖୋଲିବା ପରେ ଉପୁଜିବାକୁ ଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଥାନ୍ତା । ତେବେ ଭାରତ ଏନେଇ ପାକ୍‌କୁ ରିମାଇଣ୍ଡର ମଧ୍ୟ ଜାରି କରିଥିଲା । କିନ୍ତୁ ପାକି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।

ସୂଚନାଯୋଗ୍ୟ ଯେ, କରତାରପୁର କରିଡର ଦେଇ ଭାରତୀୟ ଓ ବିଦେଶୀ ଭକ୍ତମାନେ ବିନା ଭିସାରେ ପାକିସ୍ତାନ ସ୍ଥିତ ଗୁରୁଦ୍ବାର କରତାର ସାହିବ୍‍ ଗସ୍ତ କରିବା ପାଇଁ ଉଭୟ ଭାରତ ଓ ପାକିସ୍ତାନ ସହମତ ହୋଇଥିଲେ। ପ୍ରତିଦିନ ୫ହଜାର ଭକ୍ତ ଏବଂ ସ୍ବତନ୍ତ୍ର ଉତ୍ସବ ଅବସରରେ ଅତିରିକ୍ତ ୧୦ ହଜାର ତୀର୍ଥଯାତ୍ରୀଙ୍କୁ ପବିତ୍ର ଗୁରୁଦ୍ବାର ଗସ୍ତ କରିବା ପାଇଁ ମଧ୍ୟ ଉଭୟ ଦେଶ ଛାଡିବା ପାଇଁ ରାଜି ହୋଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.