ଇସଲାମାବାଦ: ପାକିସ୍ତାନ କ୍ୟାବିନେଟର ପୂ୍ର୍ବତନ ପିଏମ ନୱାଜ ସରିଫଙ୍କୁ ଆଶ୍ବସ୍ଥୀ । କାରଣ ସରିଫଙ୍କ ବିଦେଶ ଯିବା ଉପରେ ଲାଗିଥିବା କଟକଣାକୁ ଉଠାଯିବାକୁ ନିଷ୍ପତି ନିଆଯାଇଛି । ଏକଜିଟ କଣ୍ଟ୍ରୋଲ ଲିଷ୍ଟ(ECL) ରୁ ନୱାଜଙ୍କ ନାମ ବାହାର କରିବାକୁ ନିଷ୍ପତି ନିଆଯାଉଛି ଯଦ୍ବାରା ତାଙ୍କ ବିଦେଶ ଗସ୍ତର କଟକଣାକୁ କୋହଳ କରାଯାଇ ପାରିବ ।
ନୱାଜ ନିଜ ଚିକିତ୍ସା ପାଇଁ ଯିବାକୁ ଚାହୁଁଥିବାବେଳେ ECL ଲିଷ୍ଟରେ ନାମ ରହିବା କାରଣରୁ ସେ ବିଦେଶ ଯାଇପାରୁନଥିଲେ । ଆଇନ ମନ୍ତ୍ରୀ ଫରୋଜ ନସିମଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ସବ କମିଟିର ଏନେଇ ଆଲୋଚନା ହୋଇଥିଲା ।
ପରେ 5 ଘଣ୍ଟାର ବିଚାର ବିମର୍ଷ ପରେ ସ୍ବାସ୍ଥ୍ୟ ସଚିବ ନୱାଜଙ୍କ ସ୍ବାସ୍ଥ୍ୟ ରିପୋର୍ଟ ଉପସ୍ଥାପନ କରିଥିଲେ । ଯେଉଁଥିରେ ଚିକିତ୍ସା ପାଇଁ ସେ ବିଦେଶ ଯିବାର ଆବଶ୍ୟକତା ଥିବା ଦର୍ଶାଯାଇଥିଲା । ରିପୋର୍ଟ ଦେଖି ମାନବିକତା ଦୃଷ୍ଟିରୁ ନୱାଜଙ୍କୁ ବିଦେଶ ଯିବାକୁ ଅନୁମତି ମିଳିପାରିଛି ।