ETV Bharat / bharat

କୁଳଭୂଷଣ ମାମଲାରେ ନଇଁଲା ପାକିସ୍ତାନ, ଆଉ ସେନା ଅଦାଲତରେ ହେବନି ଶୁଣାଣି

author img

By

Published : Nov 13, 2019, 4:42 PM IST

ପାକିସ୍ତାନ ସରକାର ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲା ସିଭିଲ ଅଦାଲତକୁ ସ୍ଥାନାନ୍ତରଣ କରିବାର ଯୋଜନା କରୁଛନ୍ତି। ଏଥିପାଇଁ ନିଜ ଦେଶର ସେନା ଆଇନ୍‌କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଫାଇଲ ଫଟୋ

ଇସଲାମାବାଦ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି ପାକିସ୍ତାନ ସରକାର। ଏ ମାମଲାକୁ ପାକ୍ ସରକାର, ସେନା କୋର୍ଟ ପରିବର୍ତ୍ତେ ସିଭିଲ ଅଦାଲତକୁ ସ୍ଥାନାନ୍ତରଣ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ସେନା ଆଇନ୍‌କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ଏପରି ହୁଏ ତାହେଲେ ଯାଦବଙ୍କୁ ନିଜର ଗିରଫ ବିରୋଧରେ ସିଭିଲ କୋର୍ଟରେ ଆବେଦନ କରିବାକୁ ହେବ।

କୁଳଭୂଷଣ ଯାଦବଙ୍କ ମାମଲାର ମୋକଦ୍ଦମା ବର୍ତ୍ତମାନ ପାକିସ୍ତାନର ସେନା ଅଦାଲତରେ ବିଚରାଧିନ ରହିଛି। ପାକ୍ ସେନା ଆଇନ୍‌ ଅନୁସାରେ, କୌଣସି ବ୍ୟକ୍ତିଙ୍କ ମୋକଦ୍ଦମା ଯଦି ସେନା ଅଦାଲତରେ ଚାଲିଥାଏ, ତାହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଭିଲ କୋର୍ଟରେ ଆବେଦନ କରିବାର ଅନୁମତି ମିଳିନଥାଏ। ଯାଦବଙ୍କ ମାମଲା ସିଭିଲ କୋର୍ଟରେ ଚଳାଇବା ପାଇଁ ପାକିସ୍ତାନ ନିଜ ସେନା ଆଇନ୍‌କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି।

2016 ମସିହା ମାର୍ଚ୍ଚରେ ଗୁପ୍ତଚର ବୃତ୍ତି କରିବା ଅଭିଯୋଗରେ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଗିରଫ କରିଥିଲା ପାକିସ୍ତାନ। ଗିରଫଦାରୀ ପରେ ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା । ଏହା ପରେ ପାକିସ୍ତାନର ଏକ ସେନା ଅଦାଲତ ଏପ୍ରିଲ 2017ରେ ଯାଦବଙ୍କୁ ଗୁପ୍ତଚର ଏବଂ ଆତଙ୍କବାଦରେ ଜଡିତ ଥିବା ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା ଭାରତ ପକ୍ଷର ଏହାର ବିରୋଧ କରାଯିବା ସହ, ନେଦରଲାଣ୍ଡର ହେଗ ସ୍ଥିତ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ (ଆଇସିଜେ)ର ଦ୍ବାରସ୍ଥ ହୋଇଥିଲା। ଆଇସିଜେ ଏହି ମାମଲାର ଶୁଣାଣି କରି ଭାରତ ସପକ୍ଷରେ ରାୟ ଶୁଣାଇଥିଲେ।

କୁଲଭୂଷଣ ଯାଦବ ମାମଲାରେ ପାକିସ୍ତାନ ଭିଏନା କନ୍‌ଭେନସନ୍‌ ଚୁକ୍ତି ଅନ୍ତର୍ଗତ ସର୍ତ୍ତକୁ ଭାଙ୍ଗିଥିବା ଦର୍ଶାଇ କୁଲଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶକୁ ରଦ୍ଦ କରିଥିଲେ ଏବଂ ତାଙ୍କୁ କନସୁଲାର ଆକସେସ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.