ETV Bharat / bharat

ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଅଭିଭାଷଣକୁ ପାକିସ୍ତାନର ବର୍ଜନ - ଏସ. ଜୟଶଙ୍କରଙ୍କ ଉଦବୋଧନକୁ ପାକିସ୍ତାନର ବର୍ଜନ

ସାର୍କ ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ପାକିସ୍ତାନୀ ପ୍ରତିପକ୍ଷ ମେହମ୍ମୁଦ କ୍ୟୁରେସୀ । କାଶ୍ମୀର ଘାଟିରୁ 370 ଧାରା ଉଚ୍ଛେଦ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଉଠିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 27, 2019, 1:44 PM IST

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗରେ ପୁଣି ଦେଖିବାକୁ ମିଳିଛି ପାକିସ୍ତାନର ପାଗଳାମୀ । ଗତ ଗୁରୁବାର ଜାତିସଂଘର ସାଧାରଣ ପରିଷଦ ପକ୍ଷରୁ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେଇଥିଲେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀ । ଏହି ସମ୍ମିଳନୀରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଅଭିଭାଷଣ ପ୍ରଦାନ କରୁଥିଲେ । ହେଲେ ଏହାକୁ ବର୍ଜନ କରିଛନ୍ତି ପାକିସ୍ତାନୀ ପ୍ରତିପକ୍ଷ ମେହମ୍ମୁଦ କ୍ୟୁରେସୀ ।

ତେବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମେହମ୍ମୁଦ କ୍ୟୁରେସୀ ପୁଣି ଥରେ 370 ଧାରା ଉଚ୍ଛେଦ ପ୍ରସଙ୍ଗକୁ ଦୋହରାଇଥିଲେ । ଏହା ଦ୍ବାରା କାଶ୍ମୀରରେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି । ଯେ ପର୍ଯ୍ୟନ୍ତ କାଶ୍ମୀରରେ ଲଗାଯାଇଥିବା କଟକଣାକୁ ହଟା ନଯାଇଛି ସେ ପର୍ଯ୍ୟନ୍ତ ପାକିସ୍ତାନ ଭାରତ ସହ କୌଣସି ଦ୍ବିପାକ୍ଷିକ ସମ୍ପର୍କ ରଖିବ ନାହିଁ ।

ନ୍ୟୁୟର୍କରେ ଆୟୋଜିତ ଏହି ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ କାଉନସିଲ ବୈଠକରେ ଅଭିଭାଷଣ ପ୍ରଦାନ କରିଥିଲେ । ଭାଷଣ ଆରମ୍ଭରୁ ମେହମ୍ମୁଦ କ୍ୟୁରେସୀ ଅନୁପସ୍ଥିତ ରହିଥିଲେ । ତେବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଅନୁପସ୍ଥିତି ଥିବାର ଜଣାପଡିବା ପରେ କିଛି ସମୟ ଅପେକ୍ଷା ମଧ୍ୟ କରିଥିଲେ, କିନ୍ତୁ ବିଳମ୍ବ ହେବାରୁ ଭାଷଣ ଆରମ୍ଭ କରିଥିଲେ ଏସ ଜୟଶଙ୍କର । ତେବେ କ୍ୟୁରେସୀଙ୍କ ବିଳମ୍ବ ହେବା ନେଇ ପ୍ରଶ୍ନ ପଚରା ଯିବାରୁ ମତ ରଖି ସେ କହିଛନ୍ତି କାଶ୍ମୀର ପ୍ରସଙ୍ଗରେ ମନ୍ତାନ୍ତର ହୋଇଥିବାରୁ ସେ ଏଥିରେ ଯୋଗ ଦେଇନଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.