ETV Bharat / bharat

ବଦମାସ ପାକ୍, ରଜୌରୀରେ ପୁଣି କଲା ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Sep 1, 2020, 8:22 AM IST

ସୁଧୁରୁନି ବଦମାସ ପାକିସ୍ତାନ। ବାରମ୍ବାର କରୁଛି ଅସ୍ତ୍ରବିରତି ଉଲ୍ଲଙ୍ଘନ। ସୋମବାର ପାକିସ୍ତାନ ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ବଦମାସ ପାକ୍, ରଜୌରୀରେ ପୁଣି କଲା ଅସ୍ତ୍ରବିରତୀ ଉଲ୍ଲଙ୍ଘନ

ଶ୍ରୀନଗର: ସୁଧୁରୁନି ବଦମାସ ପାକିସ୍ତାନ। ବାରମ୍ବାର କରୁଛି ଅସ୍ତ୍ରବିରତି ଉଲ୍ଲଙ୍ଘନ। ସୋମବାର ପାକିସ୍ତାନ ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ରାତି ପ୍ରାୟ 9.15 ସମୟରେ ପାକିସ୍ତାନୀ ସେନା ଜିଲ୍ଲାର ନୌସେରା ସେକ୍ଟରର ଏଲଓସି ନିକଟରେ ମୋର୍ଟାର ସାହାଯ୍ୟରେ ଛୋଟ ଅସ୍ତ୍ରରେ ଗୁଳି ଚଳାଇଥିଲା। ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ ଦେଇଛି।

ଜଣେ ଅଧିକାରୀ କହିଛନ୍ତି ଯେ, ପାକ୍ ସେନା ନୌସେରା ସେକ୍ଟରରେ ଏଲଓସି ନିକଟରେ ମୋର୍ଟାର ସହିତ ଗୁଳି ଚଳାଇ ଅପ୍ରାକୃତିକ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

ଏହାପୂର୍ବରୁ ରବିବାର ଦିନ ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାର ନୌଶେରା ସେକ୍ଟରରେ ପାକିସ୍ତାନ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ବେଳେ ସେନାର ଜଣେ କନିଷ୍ଠ କମିଶନ ଅଫିସର (ଜେସିଓ) ଶହୀଦ ହୋଇଥିଲେ। ସୂଚନା ଅନୁସାରେ, ପଞ୍ଜାବର ଅମୃତସରର ବାସିନ୍ଦା ଜେସିଓ ରାଜବିନ୍ଦର ସିଂ ପାକିସ୍ତାନ ଦ୍ୱାରା ଲାଇନ ଅଫ୍ କଣ୍ଟ୍ରୋଲ୍ (LOC) ରେ ଅସ୍ତ୍ରବିରତି ଉଲ୍ଲଂଘନରେ ପ୍ରାଣ ହରାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.