ETV Bharat / bharat

ଚାହାରେ ନମୋ

2019 ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକ ଜିତୁ ଯାଦବ ଚାହାରେ ପ୍ରଧାନମନ୍ତ୍ରୀଙ୍କର ଏକ ଛବି ଆଙ୍କିଥିବା ଦେଖିବାକୁ ମିଳିଛି । ଏହାକୁ ନିଜ ହାତରେ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବେ ବୋଲି ଜିତୁ କହିଛନ୍ତି ।

author img

By

Published : Jun 2, 2019, 10:53 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗାନ୍ଧୀନଗର: 2014 ନିର୍ବାଚନରେ ଚାହା ଉପରେ ଚର୍ଚ୍ଚା ଏତେ ଜୋର ଧରିଥିଲା ଯେ ଆଜି ଯାଏ ଏହି ଚର୍ଚ୍ଚା ଥମିବାର ନାଁ ନେଉନି । 'ଚାହା ଉପରେ ଚର୍ଚ୍ଚା', 'ଚାହା ଉପରେ କବିତା', 'ଚାହା ଉପରେ ଶାୟରୀ' ପରେ ଏବେ ଚାହା ଉପରେ ଚିତ୍ରକଳା ଦେଖିବାକୁ ମିଳିଛି ।

2019 ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକମାନେ ନିଜ କ୍ଷମତା ଅନୁସାରେ ବିଭିନ୍ନ ଶୈଳୀରେ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏପରି ସ୍ଥିତିରେ ଜଣେ ଚିତ୍ରକର ଚାହାରେ ପ୍ରଧାନମନ୍ତ୍ରୀଙ୍କର ଏକ ଛବି ଆଙ୍କିଥିବା ଦେଖିବାକୁ ମିଳିଛି ।

ଗୁଜୁରାଟର ନବସାରୀରେ ଜିତୁ ଯାଦବ ନାମକ ଜଣେ ବ୍ୟକ୍ତି ଚାହାରେ ମୋଦିଙ୍କ ଛବି ଆଙ୍କିଛନ୍ତି । ଜିତୁ ଗୋଟିଏ କପ କ୍ଷୀର ଚାହା ଓ ଗୋଟିଏ କପ ବିନା କ୍ଷୀର ଚାହାର ମିଶ୍ରଣରେ ମୋଦିଙ୍କର ଏହି ଆକର୍ଷଣୀୟ ଚିତ୍ର କରିଛନ୍ତି । 2019 ନିର୍ବାଚନରେ ମୋଦିଙ୍କ ସଫଳତାକୁ ଦେଖି ଏହି ଅଭିନବ ଶୈଳୀରେ ଚିତ୍ର ଆଙ୍କିଥିବା ଜିତୁ କହିଛନ୍ତି ।

ଚାହାରେ ଆଙ୍କିଥିବା ପ୍ରଧାନମନ୍ତ୍ରୀଙ୍କ ଚିତ୍ର ବିକ୍ରି କରିବା ପାଇଁ ହୋଇନଥିବା ବେଳେ ଏହାକୁ ନିଜ ହାତରେ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବେ ବୋଲି ଜିତୁ କହିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.