ନୂଆଦିଲ୍ଲୀ: କୋରୋନା ଆତଙ୍କ ପାଇଁ ପଦ୍ମ ସମ୍ମାନ ପ୍ରଦାନ ଉତ୍ସବକୁ ସ୍ଥଗିତ ରଖାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପରବର୍ତ୍ତୀ ସମୟରେ ଏହାର ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଦେଶରେ କୋରୋନା ଆତଙ୍କ ଦେଖାଯାଇଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଏପରିକି କୌଣସି ସ୍ଥାନରେ ଏକାଠି ହେବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତରେ 90ରୁ ଅଧିକ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 2ଜଣଙ୍କ ମୃତ୍ୟୁ ହୋଇସାରିଛି ।
@ANI