ETV Bharat / bharat

ଚିଦାମ୍ବରମ୍‌ଙ୍କୁ ଖୋଜୁଛି ସିବିଆଇ ଓ ଇଡି !

ସିବିଆଇ ଘେରରେ ପି. ଚିଦାମ୍ବରମ୍‌ । ତାଙ୍କୁ ଗିରଫ କରିବା ପାଇଁ  ସିବିଆଇର ଏକ ଦଳ ତାଙ୍କ ଘରେ ପହଞ୍ଚିଛନ୍ତି । ହେଲେ ଚିଦାମ୍ବରମ ତାଙ୍କ ଘରେ ନଥିବା ଜଣାପଡିଛି ।

ଫାଇଲ ଫଟୋ
author img

By

Published : Aug 20, 2019, 8:06 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରା ତାଙ୍କର ଆଗୁଆ ଜାମିନ୍‌ ଖାରଜ ହେବା ପରେ ଏବେ ସିବିଆଇ ଘେରରେ ଅଛନ୍ତି ଚିଦାମ୍ବରମ । ତାଙ୍କୁ ଗିରଫ କରିବା ପାଇଁ ସିବିଆଇର ଏକ ଦଳ ତାଙ୍କ ଘରେ ପହଞ୍ଚିଛନ୍ତି । ହେଲେ ଚିଦାମ୍ବରମ ତାଙ୍କ ଘରେ ନଥିବା ଜଣାପଡିଛି । ସିବିଆଇ ବର୍ତ୍ତମାନ ଚିଦାମ୍ବରମ୍‌ଙ୍କ କାର୍ଯ୍ୟକର୍ତ୍ତାଙ୍କୁ ପଚରା ଉଚାରା ଜାରି ରଖିଥିବା ଜଣା ପଡିଛି ।

ସେପଟେ ସିବିଆଇ ଦଳ ଯିବାର କିଛି କ୍ଷଣ ମଧ୍ୟରେ ଇଡି ମଧ୍ୟ ଚିଦାମ୍ବରମ୍‌ଙ୍କ ଘରେ ପହଞ୍ଚିଛି । ଉଭୟ ଏଜେନ୍ସି ତାଙ୍କୁ ଲଗାତାର ଫୋନ କରୁଛନ୍ତି । ହେଲେ ତାଙ୍କ ଫୋନ ଲାଗୁନଥିବା ଜଣା ପଡିଛି ।

ଆଇଏନଏକ୍ସ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା ପରେ ଚିଦାମ୍ବରମ୍‌ ସୁପ୍ରିମକୋର୍ଟଙ୍କ ଦ୍ବରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ । ଫଳରେ ତାଙ୍କୁ ଗିରଫ କରିବାର ସିବିଆଇର ରାସ୍ତା ସଫା ହୋଇଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.