ETV Bharat / bharat

କୋରୋନା ସଙ୍କଟ ପରିଚାଳନା: 93% ରୁ ଉର୍ଦ୍ଧ୍ବ ଦେଶବାସୀ ମୋଦି ସରକାରଙ୍କ ଉପରେ ସନ୍ତୁଷ୍ଟ - IANS-ସି- ଭୋଟର

କୋରୋନା ସଙ୍କଟ ପରିଚାଳନାରେ ବିଶ୍ବର ଅନେକ ରାଷ୍ଟ୍ର ଭାରତର ଆଭିମୁଖ୍ୟକୁ ପ୍ରଶଂସା କରୁଛନ୍ତି । ଏପରିସ୍ଥଳ କୋରୋନା ମୁକାବିଲାକୁ ନେଇ ଦେଶର 93.5 ପ୍ରତିଶତ ଲୋକ ବିଶ୍ବାସ କରନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ସଫଳତାର ସହ ପରିଚାଳନା କରୁଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 23, 2020, 7:51 PM IST

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି କୋରୋନା ସଙ୍କଟ । ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ସଠିକ ସମୟରେ ଲକଡାଉନ ଘୋଷଣା ବିପଦର ପରିମାଣକୁ ଅନେକାଂଶରେ ହ୍ରାସ କରିଛି । କୋରୋନା ସଙ୍କଟ ପରିଚାଳନାରେ ବିଶ୍ବର ଅନେକ ରାଷ୍ଟ୍ର ଭାରତର ଆଭିମୁଖ୍ୟକୁ ପ୍ରଶଂସା କରୁଛନ୍ତି । ଏପରିସ୍ଥଳ କୋରୋନା ମୁକାବିଲାକୁ ନେଇ ଦେଶର 93.5 ପ୍ରତିଶତ ଲୋକ ବିଶ୍ବାସ କରନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ସଫଳତାର ସହ ପରିଚାଳନା କରୁଛନ୍ତି ।

ମାର୍ଚ୍ଚ 25 ରେ କେନ୍ଦ୍ର ସରକାର 21 ଦିନିଆ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିଲା । ପରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଥିଲେ । ଯାହା ମେ 3 ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା ।

IANS-ସି- ଭୋଟର କୋଭିଡ -19 ଟ୍ରାକର ଅନୁଯାୟୀ, ଲକଡାଉନ ଆରମ୍ଭର ପ୍ରଥମ ଦିନରରୁ ମୋଦି ସରକାରଙ୍କ କୋରୋନା ମୁକବିଲା ଉପରେ ବିଶ୍ବାସ କରୁଥିବା ଲୋକଙ୍କ ସଂଖ୍ୟା 76.8 ଥିଲା କିନ୍ତୁ ଏପ୍ରିଲ 21 ସୁଦ୍ଧା ଏହା 93.5 ପ୍ରତିଶତକୁ ବୃଦ୍ଧି ପାଇଛି ।

ଏହି ସର୍ଭେରେ କୁହାଯାଇଛି ଯେ, ଭାରତ ସରକାର କୋରୋନାଭାଇରସ୍ ବିସ୍ତାରକୁ ଭଲ ଭାବରେ ପରିଚାଳନା କରୁଛନ୍ତି କି ନା ମାର୍ଚ୍ଚ 16 ରୁ ଏପ୍ରିଲ 21 ମଧ୍ୟରେ ଲୋକଙ୍କ ସମ୍ମୁଖରେ ଏହି ପ୍ରଶ୍ନ ରଖାଯାଇଥିଲା । ଏପ୍ରିଲ 16 ରେ 75.8 ପ୍ରତିଶତ ଲୋକ କହିଥିଲେ ଯେ ସେମାନଙ୍କର ସରକାର ଉପରେ ବିଶ୍ବାସ ଅଛି,

ଏଠାରେ ଆଶ୍ଚର୍ଯ୍ୟକର ବିଷୟ ଯେ, ଏପ୍ରିଲ 1 ରେ ବର୍ତ୍ତମାନର ସରକାରଙ୍କ ଉପରେ ସାମଗ୍ରିକ ଆତ୍ମବିଶ୍ବାସରେ ଦ୍ରୁତ ବୃଦ୍ଧି ପାଇଛି। 89.9 ପ୍ରତିଶତ ଲୋକ ବିଶ୍ବାସ କରୁଥିଲେ ଯେ ମାର୍ଚ୍ଚ 31 ତୁଳନାରେ ସରକାର ଭଲ କାମ କରୁଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.