ଚେନ୍ନାଇ: ମୁସଲମାନଙ୍କୁ ଏନପିଆର(National population register)ର ଭୟ । ତାମିଲନାଡୁର ନାଗାପତିନମ୍ ଜିଲ୍ଲାରେ ଏନପିଆର ଭୟରେ ପ୍ରାୟ 100ରୁ ଉର୍ଦ୍ଧ୍ବ ମୁସଲମାନ ନିଜ ବ୍ୟାଙ୍କ ଆକାଉଣ୍ଟରେ ରଖିଥିବା ଟଙ୍କା ଉଠାଇ ଆଣିଛନ୍ତି । ଯଦି ଏନପିଆର ଲାଗୁ ହୁଏ ତେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଟଙ୍କା ହରାଇବେ ବୋଲି ଭାବି ଏପରି କରିଛନ୍ତି ।
ଅନ୍ୟପକ୍ଷେ ବ୍ୟାଙ୍କ ପକ୍ଷରୁ ଟଙ୍କା ନଉଠାଇବାକୁ ଅନୁରୋଧ କରାଯାଇଛି । ବ୍ୟାଙ୍କର ମ୍ୟାନେଜର ସ୍ଥାନୀୟ ସ୍କୁଲରେ ଏକ ସଭା କରି ଲୋକଙ୍କୁ ଆଶ୍ବସନା ଦେଇଛନ୍ତି । ଏନପିଆର ରେଜିଷ୍ଟ୍ରେସନ ସମୟରେ କୌଣସି ପ୍ରକାର ବ୍ୟାଙ୍କ ଦସ୍ତାବିଜ ଦେବାକୁ ପଡିବ ନାହିଁ ଓ ଆପଣଙ୍କ ଟଙ୍କା ସୁରକ୍ଷିତ ଥିବା ସେ କହିଛନ୍ତି ।
ବ୍ୟାଙ୍କ ଅଫିସରଙ୍କ ମତରେ ସିଏଏ ଲାଗୁ ହେବା ପରଠୁ ସେମାନଙ୍କ ମନରେ ଏକ ଭୟ ରହିଛି । ଗାଁର ଜଣେ ବ୍ୟକ୍ତିଙ୍କ କହିବାନୁସାରେ, ‘ନାଗରିକତା ପ୍ରମାଣ କରିବା ପାଇଁ କେଉଁ ଦସ୍ତାବିଜର ଆବଶ୍ୟକତା ରହିଛି ତାହା ଜଣାନାହିଁ ତେଣୁ ଆମ ସଞ୍ଚୟ ଅର୍ଥଙ୍କୁ ସୁରକ୍ଷା ଦେବା ପାଇଁ ଆମେ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣୁଛୁ ’ । 3 ଦିନ ମଧ୍ୟରେ ବ୍ୟାଙ୍କରୁ ପ୍ରାୟ 4 କୋଟି ଟଙ୍କା ଉଠା ହେଲାଣି ।